SIR କୁ ନେଇ ଆଜି ସଂସଦରେ ହଙ୍ଗାମା

SIR କୁ ନେଇ ଆଜି ସଂସଦରେ ହଙ୍ଗାମା। ଉଭୟ ରାଜ୍ୟସଭା ଓ ଲୋକସଭାରେ ପ୍ରବଳ ହଟ୍ଟଗୋଳ କରିଛନ୍ତି। ଇଣ୍ଡିଆ ମେଣ୍ଟର ସାଂସଦମାନେ ପାର୍ଲାମେଣ୍ଟ ପରିସରରେ ବିକ୍ଷୋଭ କରିଛନ୍ତି । ପାର୍ଲାମେଣ୍ଟର ମକରଦ୍ଵାର ଆଗରେ ଏକାଠି ହୋଇ ପ୍ରତିବାଦ କରିଛନ୍ତି ସେମାନେ।

କେତେକ ସାଂସଦ ଏକ ଟି ସାର୍ଟ ପିନ୍ଧିଛନ୍ତି, ସେଥିରେ ରହିଛି ମିନ୍ତା ଦେବୀଙ୍କ ନାଁରେ ଥିବା ଜଣେ ମହିଳାଙ୍କ ଫଟୋ। ଇଲେକସନ କମିଶନଙ୍କ ଭୋଟର ତାଲିକାରେ ସେହି ମହିଳାଙ୍କ ବୟସ ୧୨୪ ବର୍ଷ ବୋଲି ଲେଖା ଯାଇଛି।

ଭୋଟର ତାଲିକାରେ ପ୍ରବଳ ଜାଲିଆତି ଥିବା ଓ ଜାଣିଶୁଣି ସରକାରଙ୍କ ଇଚ୍ଛା ଅନୁସାରେ ଲୋକଙ୍କୁ ସାମିଲ କରାଯାଉଥିବା ଓ ଲୋକଙ୍କୁ ବାଦ୍ ଦିଆଯାଉଥିବା ଅଭିଯୋଗ କରିଛନ୍ତି ବିରୋଧୀ। ଗତକାଲି ସଂସଦ ଭବନରୁ ନିର୍ବାଚନ କମିଶନଙ୍କ ଅଫିସ ଯାଏ ପଦଯାତ୍ରାରେ ଯାଇଥିଲେ ବିରୋଧୀ ସାଂସଦ। କିନ୍ତୁ ବାଟରେ ପୋଲିସ ଅଟକାଇଥିଲା। ନିର୍ବାଚନ କମିଶନଙ୍କୁ ଭେଟିପାରିନଥିଲେ ସେମାନେ। ମାତ୍ର ୩୦ ଜଣଙ୍କୁ ଅନୁମତି ଦିଆଯିବ ବୋଲି କୁହାଯାଇଥିଲା। ଏଥିରେ ରାଜି ହୋଇନଥିଲେ ସେମାନେ। ଆଗରୁ ନିର୍ବାଚନ କମିଶନଙ୍କୁ ଶହ ଶହ ସାଂସଦ ଭେଟି ପାରୁଥିବା ବେଳେ ଏବେ କାହିଁକି ଭେଟି ପାରିବେନି ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ ସାଂସଦ।

Leave a Reply

Your email address will not be published. Required fields are marked *