ଶତାଦ୍ଦୀର ମହାନାୟକ ଥିଲେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ – ମୁଖ୍ୟମନ୍ତ୍ରୀ

ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଶତାଦ୍ଦୀର ମହାନାୟକ ଥିଲେ ମୁଖ୍ୟମନ୍ତ୍ରୀ । ସ୍ୱାଧୀନତା ସଂଗ୍ରାମର ଅନ୍ୟତମ ନାୟକ, ଆଜାଦ୍‌ ହିନ୍ଦ୍‌ ଫୌଜର ପ୍ରତିଷ୍ଠାତା ତଥା ଓଡ଼ିଶାର ବରପୁତ୍ର ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ତଥା ପରାକ୍ରମ ଦିବସ ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଦେଶର ଦଶା ଓ ଦିଶା ବଦଳାଇଥିଲେ ନେତାଜୀ, ୧୩୦ବର୍ଷ ତଳେ ଓଡ଼ିଆ ବଜାରରେ ନେତାଜୀଙ୍କ ଜନ୍ମ ଓଡିଶା ପାଇଁ ଗର୍ବ । ଆଇସିଏସ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ମଧ୍ୟ ଚାକିରି କରିନଥିଲେ, ସ୍ୱାମୀ ବିବେକାନନ୍ଦ ଓ ଅରୋବିନ୍ଦୋଙ୍କ ଆଦର୍ଶରେ ପରିଚାଳିତ ଥିଲେ ନେତାଜୀ । ଜାପାନ ସହାୟତାରେ ସିଙ୍ଗାପୁରରେ ଆଜାଦ ହିନ୍ଦ୍‌ ଫୌଜ ଗଠନ କରିଥିଲେ ନେତାଜୀ । ଆଣ୍ଡାମାନରେ ପ୍ରଥମ ଥର ପତାତା ଉତ୍ତୋଳନ କରିଥିଲେ । ହେଲେ ଦେଶର ଇତିହାସ ବହିରେ ନେତାଜୀଙ୍କୁ ଉପଯୁକ୍ତ ସମ୍ମାନ ମିଳିନାହିଁ ।

Leave a Reply

Your email address will not be published. Required fields are marked *