ଆଜିଠୁ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ପାଇଁ ଫର୍ମ ପୂରଣ ଆରମ୍ଭ

୨୦୨୬ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ (ରେଗୁଲାର ଓ ଏକ୍ସରେଗୁଲାର) ପରୀକ୍ଷା ପାଇଁ ଫର୍ମ ପୂରଣ ନଭେମ୍ବର ୮ରୁ ଆରମ୍ଭ ହେବ। ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ)ର ଓ୍ବେବ୍‌ସାଇଟ୍‌ www.bseodisha.ac.inରେ ପ୍ରଦତ୍ତ ଲିଙ୍କ୍‌ ମାଧ୍ୟମରେ ୨୪ ଘଣ୍ଟିଆ ଅନ୍‌ଲାଇନ ଜରିଆରେ ଫର୍ମ ପୂରଣ କରାଯିବ। ହାଇସ୍କୁଲର ପ୍ରଧାନଶିକ୍ଷୟିତ୍ରୀ/ପ୍ରଧାନଶିକ୍ଷକଙ୍କ ଜରିଆରେ ନଭେମ୍ବର ୮ରୁ ୨୨ ତାରିଖ ରାତି ୧୧.୪୫ ମିନିଟ ପର୍ଯ୍ୟନ୍ତ ଏହି ଫର୍ମ ପୂରଣ କରାଯିବ। ଏଥିପାଇଁ ସମସ୍ତ ସୂଚନା ବୋର୍ଡ ଓ୍ବେବ୍‌ସାଇଟ୍‌ରେ ଉପଲବ୍ଧ ହୋଇଛି। ଅନୁରୂପ ଭାବେ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ନିମନ୍ତେ ମଧ୍ୟ ଫର୍ମ ପୂରଣ କରାଯିବ। ମାତ୍ର ମଧ୍ୟମା ପରୀକ୍ଷା ପାଇଁ ଫର୍ମ ପୂରଣ ଅଫ୍‌ଲାଇନ ମାଧ୍ୟମରେ ହେବ। ଏଥିପାଇଁ ନଭେମ୍ବର ୧୨ରୁ ୨୨ ତାରିଖ ପର୍ଯ୍ୟନ୍ତ ସମୟସୀମା ଧାର୍ଯ୍ୟ କରାଯାଇଛି। ସଂସ୍କୃତ ଟୋଲ୍‌ର ହେଡ୍‌ ପଣ୍ଡିତମାନେ ଫର୍ମ ପୂରଣ କରି ବୋର୍ଡ ଶାଖା କାର୍ଯ୍ୟାଳୟରେ ନଭେମ୍ବର ୨୪ ତାରିଖ ସୁଦ୍ଧା ଦାଖଲ କରିବେ।

Leave a Reply

Your email address will not be published. Required fields are marked *