କଟକରେ ରାତି ୧୦ଟା ପରେ ବାଜା ବାଜିବ ନାହିଁ କି ବାଣ ଫୁଟିବ ନାହିଁ – ହାଇକୋର୍ଟ

କଟକ କମିଶନରେଟ୍ ପୋଲିସ ଅଞ୍ଚଳରେ ଲେଜର ଲାଇଟ୍ ବ୍ୟବହାରକୁ ନିଷିଦ୍ଧ କରିଛନ୍ତି ହାଇକୋର୍ଟ । ବିକଟାଳ ଶବ୍ଦ କରୁଥିବା ଡିଜେ ବ୍ୟବହାରକୁ ସମ୍ପୂର୍ଣ୍ଣ ବନ୍ଦ କରିବା ଲାଗି ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ରାତି ୧୦ଟା ପରେ ଯେପରି କୌଣସି ବାଜା ବାଜିବ ନାହିଁ, ବାଣ ଫୁଟିବ ନାହିଁ ଏବଂ ରୋଷଣୀ ନହେବ, ସେ ଦିଗରେ ପୋଲିସ ତୀକ୍ଷ୍ଣ ନଜର ରଖିବାକୁ କୋର୍ଟ କହିଛନ୍ତି ।ଯଦି କୌଣସି ସ୍ଥାନରେ ଏସବୁର ଉଲଂଘନ ହେଉଥିବ, ତେବେ ପୋଲିସ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ହୋଇଛି । କଟକ ସହର ସମସ୍ୟା ସଂକ୍ରାନ୍ତୀୟ ଜନସ୍ୱାର୍ଥ ମାମଲାର ଶୁଣାଣି ବେଳେ ଗୁରୁବାର କିଛି ଏହିଭଳି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଶୁଣାଣି ସମୟରେ କଟକ ଡିସିପି ଆଭାସୀ ଜରିଆରେ କୋର୍ଟରେ ଉପସ୍ଥିତ ରହି ନିଜର ପକ୍ଷ ରଖିଛନ୍ତି ।

Leave a Reply

Your email address will not be published. Required fields are marked *