ଟି-୨୦ ବିଶ୍ୱକପ: ନାମିବ୍ୟାକୁ ୯୩ ରନରେ ପରାସ୍ତ କଲା ଭାରତ

ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଆଜି ଭାରତ ଓ ନାମିବ୍ୟା ମଧ୍ୟରେ ଟି-୨୦ ବିଶ୍ୱକପ ମ୍ୟାଚକୁ ଭାରତ ୯୩ ରନରେ ଜିତିଛି। ନାମିବ୍ୟା ୧୧୬ ରନରେ ଅଲଆଉଟ୍ ହୋଇଛି । ଭାରତ ପ୍ରଥମ ମ୍ୟାଚ୍ ଜିତିଥିବା ବେଳେ ନାମିବ୍ୟାକୁ ପରାଜୟ ମିଳିଥିଲା । ଆଜିର ମ୍ୟାଚ୍‌ରେ ଭାରତ ଟସ୍ ହାରିବା ପରେ ନାମିବ୍ୟା ନିମନ୍ତ୍ରଣକ୍ରମେ ପ୍ରଥମେ ବ୍ୟାଟିଂ କରିଥିଲା । ଇଶାନ କିଶନ ଓ ହାର୍ଦ୍ଦିକ ପାଣ୍ଡ୍ୟା ଧୂଆଁଧାର ବ୍ୟାଟିଂ କରିଥିଲେ ।

ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ୨୦୯ ରନ୍ କରିଛି । ଦଳ ପକ୍ଷରୁ ଇଶାନ କିଶନ ସର୍ବାଧିକ ୬୧ ରନ୍ କରିଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ୫୨ ରନ୍ କରିଥିଲେ। ହାର୍ଦ୍ଦିକଙ୍କୁ ମ୍ୟାନ୍ ଅଫ ଦ ମ୍ୟାଚ୍ ଆୱାର୍ଡ଼ ମିଳିଥିଲା।

ଇଶାନ ଧମାକାଦାର ଇନିଂସ ଖେଳିଥିବା ବେଳେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଏବଂ ତିଲକ ବର୍ମା କିନ୍ତୁ ନିରାଶ କରିଥିଲେ। ସୂର୍ଯ୍ୟ ୧୨ ରନ କରି ଷ୍ଟମ୍ପିଂ ହୋଇଥିବା ବେଳେ ତିଲକ ୨୫ ରନ କରି ଆଉଟ ହୋଇଥିଲେ।

Leave a Reply

Your email address will not be published. Required fields are marked *