ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଇଣ୍ଡିଆ ବ୍ଲକ୍ ସୁଦର୍ଶନ ରେଡ୍ଡୀ ଙ୍କ ନାମ କଲା ଘୋଷଣା

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି ବିରୋଧୀ ମେଂଟ । ଇଣ୍ଡି ମେଣ୍ଟ ତରଫରୁ ସୁଦର୍ଶନ ରେଡ୍ଡୀଙ୍କୁ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ତାଙ୍କ ନାମ ଘୋଷଣା କରିଛନ୍ତି । ତେବେ ସୁଦର୍ଶନ ରେଡ୍ଡୀ ହେଉଛନ୍ତି ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି । କଂଗ୍ରେସ ନେତା ଜୟରାମ ରମେଶଙ୍କ ସୂଚନା ମୁତାବକ, ବିରୋଧୀ ମେଣ୍ଟ ସର୍ବସମ୍ମତିରେ ତାଙ୍କ ନାମ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଚୟନ କରିଛି ।

ସେପଟେ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଏନ୍‌ଡିଏ  ମହାରାଷ୍ଟ୍ରର ରାଜ୍ୟପାଳ ସି ପି ରାଧାକ୍ରିଷ୍ଣନ୍‌ ଏନ୍‌ଡିଏର ପ୍ରାର୍ଥୀ ହୋଇଛନ୍ତି। ତାଙ୍କୁ ସର୍ବସମ୍ମତ ପ୍ରାର୍ଥୀ କରିବାକୁ ବିଜେପି ପକ୍ଷରୁ ଉଦ୍ୟମ ହୋଇଛି। ଏନ୍‌ଡିଏ ବାହାରେ ଥିବା ସମସ୍ତ ଦଳ ସହ କଥା ହେବା ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଦାୟିତ୍ବ ‌ଦିଆଯାଇଛି। ଶ୍ରୀ ସିଂହ ଗତକାଲି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ସହ କଥା ହୋଇ ବିଜେଡିର ସମର୍ଥନ ଲୋଡ଼ିଛନ୍ତି। ବିଜେଡି ପକ୍ଷରୁ ଏ ନେଇ ବିଧିବଦ୍ଧ ଭାବେ କୌଣସି ସୂଚନା ଦିଆଯାଇ ନଥିଲେ ବି ଜାତୀୟ ଗଣମାଧ୍ୟମରେ ଏହି ବାର୍ତ୍ତାଳାପ ସମ୍ପର୍କରେ ଆଲୋଚନା ଚାଲିଛି।

Leave a Reply

Your email address will not be published. Required fields are marked *