ଭୂକମ୍ପରେ ଥରିଲା କୋଲକାତା ସମେତ ପୂର୍ବ ଭାରତ

ଭୂକମ୍ପରେ ଥରିଲା କୋଲକାତା ସମେତ ପୂର୍ବ ଭାରତ । ରାତି ୯ ଟା ୫ରେ ଭୂକମ୍ପ ହୋଇଥିବା ସୂଚନା । ମିଆଁମାରରୁ ଉତ୍ପନ୍ନ ଭୁକମ୍ପରେ ଥରିଲା କୋଲକାତା ସହର ଓ ପୂର୍ବ ଭାରତ । ରିକ୍ଟର ସ୍କେଲରେ ଏହି ଶକ୍ତିଶାଳୀ ଭୂମିକମ୍ପର ତୀବ୍ରତା ୬.୦ ରେକର୍ଡ ହୋଇଛି । ମଙ୍ଗଳବାର ରାତିରେ କୋଲକାତା ଏବଂ ପୂର୍ବ ଭାରତର କିଛି ଅଂଶକୁ ଥରାଇ ଦେଇଥିଲା ଭୂକମ୍ପ । ସ୍ଥାନୀୟ ବାସିନ୍ଦା ରାତି ୯:୦୫ରେ ପ୍ରାୟ ୧୫ ସେକେଣ୍ଡ ପର୍ଯ୍ୟନ୍ତ ଭୂକମ୍ପ ଅନୁଭବ କରିଥିବା ସୂଚନା ଦେଇଛନ୍ତି ।
ଅଧିକାରୀ କହିଛନ୍ତି ଯେ ପଡ଼ୋଶୀ ମିଆଁମାରରେ ଏକ ଶକ୍ତିଶାଳୀ ଭୂମିକମ୍ପ ହେବା ପରେ କୋଲକାତା ଏବଂ ପୂର୍ବ ଭାରତର କିଛି ଅଂଶରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । ଫଳରେ ଅନେକ ଲୋକ ଘରୁ ବାହାରକୁ ବାହାରି ଆସିଥିଲେ । ଘଟଣାରେ ଏପର୍ଯ୍ୟନ୍ତ କୌଣସି ଆହତ କିମ୍ବା କ୍ଷତିର ସୂଚନା ମିଳିନାହିଁ ।