ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ବିଲ୍ଡିଂର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ରାଜ୍ୟର ନିରନ୍ତନ ବିକାଶ ଧାରାରେ ଆଜି କୋରାପୁଟ ଜିଲା ମଧ୍ୟ ସାମିଲ ହୋଇଛି ବୋଲି ରବିବାର କୋରାପୁଟସ୍ଥିତ ସରକାରୀ ଡିଏଭି ମହାବିଦ୍ୟାଳୟ ପଡିଆଠାରେ ଆୟୋଜିତ ସାଧାରଣ ସଭାରେ ଶହୀଦ ଲକ୍ଷ୍ମଣ ନାଏକ ମେଡିକାଲ କଲେଜ ବିଲ୍ଡିଂ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି । ୨୮୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ୬୫୦ ଶଯ୍ୟା ବିଶିଷ୍ଟ ଏହି ବିଲ୍ଡିଂକୁ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଖୁବ୍‌ଶୀଘ୍ର ଖାଲି ପଡ଼ିଥିବା ଡାକ୍ତର ଓ ଅନ୍ୟାନ୍ୟ ପଦବୀ ପୂରଣ ହେବ। ଚିକିତ୍ସା ପାଇଁ ଆଉ କୋରାପୁଟବାସୀଙ୍କୁ ଦୂର ଦୂରାନ୍ତକୁ ଯିବାକୁ ପଡ଼ିବ ନାହିଁ। ରାଜ୍ୟର ନିରନ୍ତର ବିକାଶ ଧାରାରେ ଯୋଡ଼ି ହେବ କୋରାପୁଟ ଜିଲା।

 ସି.ଟି ସ୍କାନ୍, ଡାଏଲିସିସ୍, ମାମୋଗ୍ରାଫି ପରି ଅତ୍ୟାଧୁନିକ ରୋଗ ନିରୂପଣ ପରୀକ୍ଷା ନିରୀକ୍ଷାର ବ୍ୟବସ୍ଥା ମଧ୍ୟ କରାଯାଉଛି । ଗୁରୁତର ରୋଗୀମାନଙ୍କ ପାଇଁ ଯେପରି ଅକ୍ସିଜେନର ଅଭାବ ନହେବ ସେଥିନିମନ୍ତେ ସ୍ବତନ୍ତ୍ର ଅକ୍ସିଜେନ୍ ପ୍ଲାଣ୍ଟ ବସାଯାଉଛି । ଏହି ହସ୍‍ପିଟାଲ ସଂଲଗ୍ନ ୨ ଏକର ପରିମିତ ଜାଗାରେ କ୍ୟାନ୍ସର ଚିକିତ୍ସା ହସ୍‍ପିଟାଲ ମଧ୍ୟ ନିର୍ମାଣ କରାଯାଉଛି । ଏଥିପାଇଁ ଆମ ସରକାର ପ୍ରାୟ ୪୧ କୋଟି ୧୫ ଲକ୍ଷ  ଟଙ୍କାର ବ୍ୟୟ ବରାଦ କରିଛନ୍ତି ବୋଲି ସେ କହିଥିଲେ। ଆମ ସରକାର ରାଜ୍ୟରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଲାଗୁ କରିଛନ୍ତି ।ବର୍ତ୍ତମାନ ରାଜ୍ୟବାସୀଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇଦେବା କ୍ଷେତ୍ରରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମିଳିତ ଭାବେ କାର୍ଯ୍ୟ କରୁଛି ।

Leave a Reply

Your email address will not be published. Required fields are marked *