ପାକିସ୍ତାନ ଆର୍ମୀ ଚିଫ୍ ଅସୀମ ମୁନିର ଆମେରିକା ମାଟିରେ ଛିଡ଼ା ହୋଇ ପରମାଣୁ ଧମକ ଦେବାକୁ ନେଇ ଭାରତ ପକ୍ଷରୁ କଡ଼ା ପ୍ରତିକ୍ରିୟା ଦିଆଯାଇଛି …
ପାକିସ୍ତାନ ଆର୍ମୀ ଚିଫ୍ ଅସୀମ ମୁନିର ଆମେରିକା ମାଟିରେ ଛିଡ଼ା ହୋଇ ପରମାଣୁ ଧମକ ଦେବାକୁ ନେଇ ଭାରତ ପକ୍ଷରୁ କଡ଼ା ପ୍ରତିକ୍ରିୟା ଦିଆଯାଇଛି …
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କର୍ଣ୍ଣାଟକର ବେଙ୍ଗାଲୁରୁରେ ପ୍ରାୟ ୭,୧୬୦ କୋଟି ଟଙ୍କା ମୂଲ୍ୟର ବାଙ୍ଗାଲୋର ମେଟ୍ରୋର ୟେଲୋ ଲାଇନର ଉଦଘାଟନ କରିଛନ୍ତି ଏବଂ ୧୫୬୧୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବାଙ୍ଗାଲୋର ମେଟ୍ରୋ ପର୍ଯ୍ୟାୟ - ୩ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ସେ ବେଙ୍ଗାଲୁରୁର କେଏସଆର ରେଳ ଷ୍ଟେସନରେ ତିନୋଟି ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ସମାବେଶକୁ ସମ୍ବୋଧିତ କରି ସେ କହିଥିଲେ ଯେ, , କର୍ଣ୍ଣାଟକର ଭୂମିରେ ପାଦ ଦେବା ପରେ ଏହି ସ୍ଥାନରେ ସେ ଆପଣାର ଭାବନାକୁ ଅନୁଭବ କରିଥିଲେ। କର୍ଣ୍ଣାଟକ ସଂସ୍କୃତିର ସମୃଦ୍ଧି, ଏହାର ଲୋକଙ୍କ ସ୍ନେହ ଏବଂ କନ୍ନଡ ଭାଷାର ମଧୁରତା, ଯାହା ହୃଦୟକୁ ଗଭୀର ଭାବରେ ସ୍ପର୍ଶ କରେ, ସେସବୁ ଉପରେ ଆଲୋକପାତ କରି ଶ୍ରୀ ମୋଦୀ ବେଙ୍ଗାଲୁରୁର ଅଧିଷ୍ଠାତ୍ରୀ ଦେବୀ ଆନ୍ନାମ୍ମା ଥାଇଙ୍କ ଚରଣରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ତାଙ୍କ ବକ୍ତବ୍ୟ ଆରମ୍ଭ କରିଥିଲେ। ଶହ ଶହ ବର୍ଷ ପୂର୍ବେ ନାଦପ୍ରଭୁ କେମ୍ପେଗୌଡ଼ା ବେଙ୍ଗାଲୁରୁ ସହରର ମୂଳଦୁଆ ସ୍ଥାପନ କରିଥିଲେ । ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ କେମ୍ପେଗୌଡ଼ା ପରମ୍ପରାକୁ ମୂଳରେ ରଖି ଏକ ସହରର କଳ୍ପନା କରିଥିଲେ ଏବଂ ପ୍ରଗତିର ନୂତନ ଶିଖରରେ ପହଞ୍ଚିଥିଲେ। "ବେଙ୍ଗାଲୁରୁ ସର୍ବଦା ସେହି ଭାବନାକୁ ବଞ୍ଚାଇ ରଖିଛି ଏବଂ ଏହାକୁ ସଂରକ୍ଷଣ କରିଆସିଛି ଏବଂ ଆଜି, ବେଙ୍ଗାଲୁରୁ ସେହି ସ୍ୱପ୍ନକୁ ସାକାର କରୁଛି",ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। "ଆଜି, ବେଙ୍ଗାଲୁରୁ ଏକ ନୂତନ ଭାରତ ଉତ୍ଥାନର ପ୍ରତୀକ ପାଲଟିଥିବା ସହର ଭାବରେ ଉଭା ହେଉଛି", ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ ଏହାକୁ ଏକ ଏପରି ସହର, ଯାହାର ଭାବନା ଦାର୍ଶନିକ ଜ୍ଞାନକୁ ମୂର୍ତ୍ତିମନ୍ତ କରେ ଏବଂ ଯାହାର କାର୍ଯ୍ୟ ପ୍ରଯୁକ୍ତି ବିଶେଷଜ୍ଞତାକୁ ପ୍ରତିଫଳିତ କରେ ବୋଲି ବର୍ଣ୍ଣନା କରିଥିଲେ । ସେ ଉଲ୍ଲେଖ କରିଥିଲେ ଯେ, ବେଙ୍ଗାଲୁରୁ ହେଉଛି ଏକ ଏପରି ସହର ଯାହା ଭାରତକୁ ବିଶ୍ୱ ସୂଚନା ପ୍ରଯୁକ୍ତିର ମାନଚିତ୍ରରେ ଗର୍ବର ସହିତ ସ୍ଥାନିତ କରିଛି । ବେଙ୍ଗାଲୁରୁର ସଫଳତାର କାହାଣୀ ଏହାର ଲୋକଙ୍କ କଠିନ ପରିଶ୍ରମ ଏବଂ ପ୍ରତିଭାକୁ ଶ୍ରେୟ ଦେଇଥାଏ। …
ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ୍ ଅମର ପ୍ରୀତ ସିଂହ ଅପରେସନ୍ ସିନ୍ଦୂର ସମୟରେ ଆକାଶରେ ହୋଇଥିବା ସବୁଠାରୁ ବଡ଼ ଗୁଳିମାଡ଼ର ସଂଖ୍ୟା ପ୍ରକାଶ …
କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ବିହାରର ସୀତାମଢୀ ଜିଲ୍ଲାରେ ମାତା ସୀତାଙ୍କ ଜନ୍ମସ୍ଥାନ ପୁନୌରା ଧାମ ମନ୍ଦିର ଏବଂ …
ଖୁବଶୀଘ୍ର ଭାରତ ଆସିବେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ଆମେରିକାର ଟାରିଫ ଧମକ ମଧ୍ୟରେ ମସ୍କୋ ଗସ୍ତରେ ଥିବା ଜାତୀୟ ସୁରକ୍ଷା ପରାମର୍ଶଦାତା …
ସଡ଼କ ଦୁର୍ଘଟଣା ପୀଡିତଙ୍କ ପାଇଁ ନଗଦମୁକ୍ତ ଚିକିତ୍ସା ଯୋଜନା, 2025 (ସ୍କିମ୍) 5 ମଇ, 2025 ର S.O. 2015(E) ଅନୁଯାୟୀ ସମଗ୍ର ଭାରତରେ …
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ବ୍ରାଜିଲର ରାଷ୍ଟ୍ରପତି ଲୁଇଜ୍ ଇନାସିଓ ଲୁଲା ଡା ସିଲଭାଙ୍କ ଟେଲିଫୋନ୍ କଲ୍ କରିଥିଲେ । ଦୁଇ ନେତା ଅନେକ …
ମହିଳାମାନେ ଶକ୍ତି ଏବଂ ସୃଜନଶୀଳତାର ପ୍ରତୀକ ଏବଂ ଏକଦା ଭାରତର ସ୍ୱାଧୀନତା ଆନ୍ଦୋଳନରେ ଏକ ଉପକରଣ ଭାବେ କାର୍ଯ୍ୟ କରିଥିବା ହସ୍ତତନ୍ତ ଆତ୍ମନିର୍ଭରଶୀଳତାର ପ୍ରତୀକ। …
କେନ୍ଦ୍ର ବୟନଶିଳ୍ପ ମନ୍ତ୍ରୀ ଶ୍ରୀ ଗିରିରାଜ ସିଂହ ଆଜି ନୂଆଦିଲ୍ଲୀରେ ୧୧ତମ ଜାତୀୟ ହସ୍ତତନ୍ତ ଦିବସର ଉଦଘାଟନ କରିଥିଲେ ଏବଂ ସମ୍ମାନଜନକ ହସ୍ତତନ୍ତ ପୁରସ୍କାର …
ଦେଶର ଉପକୂଳ ଅର୍ଥବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବା ଦିଗରେ ଏକ ଐତିହାସିକ ପଦକ୍ଷେପ ସ୍ୱରୂପ, ଉପକୂଳ ଜାହାଜ ଚଳାଚଳ ବିଲ୍, ୨୦୨୫ ଆଜି ରାଜ୍ୟସଭାରେ ଗୃହୀତ ହୋଇଛି। ଏହି ଐତିହାସିକ ଆଇନ …