ଓଡ଼ିଆରେ ନାମ ଫଳକ ଲେଖି ନଥିବା କାରଣରୁ ଆଇନ ଖିଲାପକାରୀ ୧୦୦ ଗୋଟି ବ୍ୟବସାୟ ପ୍ରତିଷ୍ଠାନ ମାଲିକଙ୍କ ବିରୁଦ୍ଧରେ ମକଦ୍ଦମା ରୁଜୁ

ଓଡ଼ିଆରେ ନାମ ଫଳକ ଲେଖି ନଥିବା କାରଣରୁ ଆଇନ ଖିଲାପକାରୀ ୧୦୦ ଗୋଟି ବ୍ୟବସାୟ ପ୍ରତିଷ୍ଠାନ ମାଲିକଙ୍କ ବିରୁଦ୍ଧରେ ମକଦ୍ଦମା ରୁଜୁ କରାଯାଇଛି। ୧୬୦୬ ଗୋଟି ପ୍ରତିଷ୍ଠାନରେ ଓଡ଼ିଆ ଭାଷାରେ ନାମଫଳକ ଲେଖା ନ ହୋଇ ଥିବାରୁ ବ୍ୟବସାୟ ପ୍ରତିଷ୍ଠାନ ମାଲିକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ଆଜି ବିଧାନସଭାରେ ଏଭଳି ସୂଚନା ଦେଇଛନ୍ତି ଶ୍ରମ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ।ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରଶ୍ନରେ ଉତ୍ତର ରଖି ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଛନ୍ତି,ଖୋର୍ଦ୍ଦା ଜିଲ୍ଲାରେ ସର୍ବାଧିକ ୩୮ ମକଦ୍ଦମା ରୁଜୁ କରାଯାଇଛି | ଏହାସହ ଝାରସୁଗୁଡ଼ାରେ ୨୩୭, ଖୋର୍ଦ୍ଧାରେ ୨o୧ ବ୍ୟବସାୟ ପ୍ରତିଷ୍ଠାନ ଉପରେ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି।ରାଜ୍ୟରେ ଚଳିତ ଆର୍ଥିକ ବର୍ଷରେ ଏଯାବତ୍ ମୋଟ ୨୮୫୨ ଗୋଟି ପ୍ରତିଷ୍ଠାନରେ ଓଡ଼ିଆ ଭାଷାରେ ନାମଫଳକ ପ୍ରଦର୍ଶନ ନିମନ୍ତେ ନିରୀକ୍ଷଣ କରାଯାଇଛି । ଏହା ମଧ୍ୟରୁ ୧୬୦୬ ଗୋଟି ପ୍ରତିଷ୍ଠାନରେ ଓଡ଼ିଆ ଭାଷାରେ ନାମଫଳକ ପ୍ରଦର୍ଶନ ନ କରିଥିବା କାରଣରୁ ପ୍ରତିଷ୍ଠାନର ମାଲିକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ସେଥିମଧ୍ୟରୁ ଉକ୍ତ ଆଇନ୍‌ର ଖିଲାପକାରୀ ୧୦୦ ଗୋଟି ପ୍ରତିଷ୍ଠାନ ମାଲିକଙ୍କ ବିରୁଦ୍ଧରେ ମକଦ୍ଦମା ରୁଜୁ କରାଯାଇଛି

Leave a Reply

Your email address will not be published. Required fields are marked *