ଭୁବନେଶ୍ଵରରୁ ଦୁବାଇ ଆନ୍ତର୍ଜାତୀୟ ବିମାନ ସେବା ବନ୍ଦ, ମାର୍ଚ୍ଚ ୨୮ ପର ଠାରୁ ଦେଖାଉନି ଟିକେଟ ବୁକିଙ୍ଗ

ଭୁବନେଶ୍ଵରରୁ ଦୁବାଇ ଆନ୍ତର୍ଜାତୀୟ ବିମାନ ସେବା ବନ୍ଦ ହେବ । କାରଣ ନୂଆ ପାସେଞ୍ଜର ପାଇଁ ବୁକିଂ ହେଉନି। ମାର୍ଚ୍ଚ ୨୮ ପର ଠାରୁ ଦେଖାଉନି ଟିକେଟ ବୁକିଙ୍ଗ । ଯେଉଁଥିପାଇଁ ଆଶଙ୍କା କରାଯାଉଛି ଯେ ଦୁବାଇକୁ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ ହୋଇପାରେ । ଭୁବନେଶ୍ୱରରୁ ଦୁବାଇ ଯାତ୍ରୀଙ୍କ ସଂଖ୍ୟା ବେଶ ଅଧିକ ଥିବା ବେଳେ ବିମାନ କ୍ଷତି ସହୁ ନ ଥିବା କହିଛନ୍ତି ଟୁର ଆଣ୍ଡ ଟ୍ରାଭେଲ୍ସ ବିଶେଷଜ୍ଞ । ତଥାପି କାହିଁକି ଭୁବନେଶ୍ଵରରୁ ଦୁବାଇ ପାଇଁ ନୂଆ ଟିକେଟ୍ ବୁକିଂ ହେଉନି ତାକୁ ନେଇ ଅନେକ ପ୍ରଶ୍ନ ଉଙ୍କି ମାରୁଛି। ସରକାରଙ୍କ ପକ୍ଷରୁ ଭାଇବିଲିଟି ଗ୍ୟାପ ଫଣ୍ଡ ବନ୍ଦ ହେବା ଆଶଙ୍କାରେ ବିମାନ ମାଲିକ ଏହି ନିଷ୍ପତି ନେଉଛନ୍ତି । ଏହା କେବଳ ଚାପ ପକାଇବା ପାଇଁ ଉଦ୍ଦିଷ୍ଟ ବୋଲି କୁହାଯାଉଛି।

ସରକାରଙ୍କ ପକ୍ଷରୁ ମିଳୁଥିବା ଭିଜିଏଫର ସମୟ ସୀମା ସରୁଛି । ତେଣୁ ଏହି ଫଣ୍ଡ ପାଇବା ପାଇଁ ବିମାନ କର୍ତ୍ତୃପକ୍ଷ ଏହି ନିଷ୍ପତି ନେଉଥିବେ ବୋଲି ସ୍ୟାଣ୍ଡ ଆଣ୍ଡ ପେବେଲ୍ସ ଟୁର ଏମଡି କହିଛନ୍ତି। ଏହା ଛଡ଼ା ଇଣ୍ଡିଗୋ ବିମାନରେ ପାଇଲଟଙ୍କୁ ନେଇ ଥିବା ସମସ୍ୟା ଯୋଗୁଁ ମଧ୍ୟ ଇଣ୍ଡିଗୋ ବିମାନ ଭୁବନେଶଶ୍ଵରୁ ଦୁବାଇ ସିଧାସଳଖ ବିମାନ ସେବା ବନ୍ଦ କରିବାକୁ ମଧ୍ୟ ନିଷ୍ପତି ନେଉଥିବା ସେ କହିଛନ୍ତି । କିନ୍ତୁ ଏହା ଗ୍ରହଣୀୟ ନୁହେଁ ।

୩ ବର୍ଷ ମଧ୍ୟରେ ଯିବା ଆସିବା ଯାତ୍ରୀଙ୍କ ସଂଖ୍ୟା ବେଶ ଅଧିକ ରହୁଛି ବୋଲି ସେ କହିଛନ୍ତି । ତେବେ ଭୁବନେଶ୍ଵରରୁ ୪ ଟି ଆନ୍ତର୍ଜାତୀୟ ସ୍ଥାନ ଦୁବାଇ, ବ୍ୟାଙ୍କକ, ସିଙ୍ଗାପୁର ଓ ଆବୁଧାବିକୁ ସିଧା ବିମାନ ଯାଉଥିଲା । ଡିସେମ୍ବରରେ ଆବୁଧାବି ବିମାନ ବନ୍ଦ ହେବା ପରେ ଆଉ ୩ଟି ଆନ୍ତର୍ଜାତୀୟ ବିମାନ ରହିଲା। ତାହା ମଧ୍ୟରୁ ମାର୍ଚ୍ଚରେ ଦୁବାଇ ଓ ସିଙ୍ଗାପୁର ବିମାନ ବନ୍ଦ ହେବାକୁ ଯାଉଛି ଯାହା ନିଶ୍ଚୟ ଚିନ୍ତାର କାରଣ।

Leave a Reply

Your email address will not be published. Required fields are marked *