ଶେଷ ହୋଇଛି ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ନବମ ଦିନର ରତ୍ନ ଗଣତି,ଆଗାମୀ ଗଣତି ପ୍ରକ୍ରିୟା ବାହାର ଚନ୍ଦନ ଯାତ୍ରା ପରେ

ଶେଷ ହୋଇଛି ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ନବମ ଦିନର ରତ୍ନ ଗଣତି ।  ଭିତର ଭଣ୍ଡାରରେ ଗଣତିର ଆଜି ଥିଲା ତୃତୀୟ ଦିନ ।  ମଧ୍ୟାହ୍ନ ୧୨.୦୧ ରୁ ଗଣତି ଆରମ୍ଭ ହୋଇ ସନ୍ଧ୍ୟା ୭.୨୫ ରେ ଶେଷ ହୋଇଥିଲା ।  ୧୯୭୮ ମସିହା ତାଲିକା ଅନୁଯାୟୀ ଆଜି ଯେଉଁ ମେଳକ ହୋଇଥିଲା ତାହା ଆଜି ଗଣତି ସହ ସଂପୂର୍ଣ୍ଣ ସମାନ ହୋଇଛି । ୯ ଦିନ ମଧ୍ୟରେ ସମୁଦାୟ ୫୭ ଘଣ୍ଟା ୮ ମିନିଟ ଗଣତି ମଣତି ହୋଇଛି ।

ମହାପ୍ରଭୁଙ୍କ  ଅଳଙ୍କାରରେ ବ୍ୟବହୃତ ରତ୍ନ ଚିହ୍ନଟ ପାଇଁ ଜେମୋଲୋଜିଷ୍ଟ ଚିହ୍ନଟ ପାଇଁ ସହଯୋଗ କରୁଛନ୍ତି ।  ସେମାନେ ଉନ୍ନତମାନର ଅତ୍ୟାଧୁନିକ ଯନ୍ତ୍ରପାତି ବ୍ୟବହାର କରୁଛନ୍ତି । ଆଗାମୀ ଗଣତି ପ୍ରକ୍ରିୟା ବାହାର ଚନ୍ଦନ ଯାତ୍ରା ଅର୍ଥାତ୍ ମେ ୧୧ ପରେ ହୋଇପାରେ  ।  ଆଜି ଭିତର ରତ୍ନଭଣ୍ଡାରର ତୃତୀୟ ସିନ୍ଦୁକ ଖୋଲାଯାଇଛି ।

ପ୍ରଥମ ସିନ୍ଦୁକ ସଂପୂର୍ଣ୍ଣ ଗଣତି ଶେଷ ହୋଇ ସିଲ କରାଯାଇଛି । ଦ୍ଵିତୀୟ ଓ ତୃତୀୟ ସିନ୍ଦୁକ ଏବେ ବି ଗଣଯାଉଛି ।  ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ଗଣତି ମଣତି ୧୯୭୮ ମସିହା ତାଲିକା ଅନୁଯାୟୀ ଶତ ପ୍ରତିଶତ ସମାନ ହୋଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ।  ପ୍ରତ୍ୟେକ ଅଳଙ୍କାରରେ ଥିବା କ୍ରମିକ ସଂଖ୍ୟାକୁ ଲକ୍ଷ କରି ଅଳଙ୍କାରଗୁଡ଼ିକ ଚିହ୍ନଟ କରାଯାଇଥିଲା ।  ଏହାର ଫଟୋଗ୍ରାଫି,ଭିଡିଓଗ୍ରାଫି,3D ମ୍ୟାପିଙ୍ଗ ଓ E CATALOGUE କରାଯାଇଛି ।