ପୁଣି ହର୍ମୁଜ ପ୍ରଣାଳୀ ଉପରେ କଟକଣା ଲଗାଇଲା ଇରାନ । ଏହି ଜଳପଥ ଖୋଲିବ ନେଇ ଇରାନ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ସେଥିରେ ଓହରି ଯାଇଛି । ଆମେରିକା ଯୁଦ୍ଧ ବିରାମ ସର୍ତ୍ତ ଉଲ୍ଲଂଘନ କରିଥିବା ଅଭିଯୋଗ କରି ଇରାନ ହର୍ମୁଜକୁ ପୁଣିଥରେ ବନ୍ଦ କରି ଦେଇଛି । ଆଉ ହର୍ମୁଜ ଦେଇ ଯାଉଥିବା ଦୁଇଟି ଜାହାଜ ଉପରେ ଗୁଳିମାଡ଼ ହୋଇଛି ।
ଇରାନୀ ସଂସଦର ରାଷ୍ଟ୍ରୀୟ ସୁରକ୍ଷା ସମିତିର ପ୍ରମୁଖ ଇବ୍ରାହିମ ଅଜିଜ କହିଛନ୍ତି, ଏବେ ହର୍ମୁଜ ପ୍ରଣାଳୀ ଦେଇ ଯିବାକୁ ଥିବା ସମସ୍ତ ବାଣିଜ୍ୟକ ଜାହାଜ ଆଇଆରଜିସି ନୌସେନାର ଅନୁମତି ନେବାକୁ ହେବ । ଇରାନର ଏହି ଆକ୍ରମକ ପଦକ୍ଷେପ ପରେ ଆମେରିକା ସହିତ ଚରମ ସୀମାରେ ପହଞ୍ଚିଛି ।
ଇରାନ ସେନା ଘୋଷଣା କରିଛି କି, ହର୍ମୁଜ ପ୍ରଣାଳୀରେ ପୁଣିଥରେ ସେନାର ନିୟନ୍ତ୍ରଣ ରହିବ । ଆମେରିକା ବାରମ୍ବାର ନିୟମ ଉଲ୍ଲଙ୍ଘନ କରୁଛି । ହର୍ମୁଜ ପ୍ରଣାଳୀ ଖୋଲିବାର କିଛି ଘଣ୍ଟା ପରେ ଇରାନୀ ବନ୍ଦରରେ ଲୁଟ୍ ହେବା ପରେ ପରିସ୍ଥିତି ନଜର ଆସିଥିଲା । ଏହାର କିଛି ଘଣ୍ଟା ପରେ ଦୁଇଟି ଜାହାଜ ଉପରେ ଗୁଳିମାଡ଼ ହୋଇଥିବା ଖବର ସାମ୍ନାକୁ ଆସିଛି ।
ହର୍ମୁଜ ଖୋଲିବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଥିଲା । ୱାଶିଂଟନ ସହିତ ତେହେରାନ ଯେପର୍ଯ୍ୟନ୍ତ ଏହାର ପରମାଣୁ କାର୍ଯ୍ୟକ୍ରମ ସମେତ ଚୁକ୍ତିରେ କରି ନାହିଁ ସେପର୍ଯ୍ୟନ୍ତ ଆମେରିକୀୟ ଅବରୋଧ ବଳବତ୍ତର ରହିବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଥିଲେ ।









