୨୬ ତାରିଖ ବେଳକୁ ବାତ୍ୟା ନେଇ ବିଭିନ୍ନ ମଡେଲର ଆକଳନ

ଆଜି ଲଘୁଚାପର ରୂପ ନେବ ଘୁର୍ଣ୍ଣିବଳୟ। ୨୪ ତାରିଖ ବେଳକୁ ଦକ୍ଷିଣ ବଙ୍ଗୋପସାଗରର କେନ୍ଦ୍ରୀୟ ଅଞ୍ଚଳରେ ଅବପାତର ରୂପ ନେବାର ସମ୍ଭାବନା। ପରବର୍ତ୍ତୀ ୪୮ ଘଣ୍ଟାରେ ଆହୁରି ଘନୀଭୂତ ହୋଇପାରେ। ତେବେ ଆସନ୍ତା ୨୬ ତାରିଖ ବେଳକୁ ବଙ୍ଗୋପସାଗରରେ ବାତ୍ୟା ନେଇ ପୂର୍ବାନୁମାନ କରିଛନ୍ତି ବିଭିନ୍ନ ଆନ୍ତର୍ଜାତୀୟ ମଡେଲ । ତେବେ ମାଲାକ୍କା ସମୁଦ୍ର ସନ୍ଧି ନିକଟବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଥିବା ଘୁର୍ଣ୍ଣିବଳୟ ଟି ଆଜି ସୁଦ୍ଧା ଲଘୁଚାପର ରୂପ ନେଇ ପାରେ ବୋଲି କହିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର I ତାହା ପରବର୍ତ୍ତୀ ସମୟରେ ବାତ୍ୟାରେ ପରିଣତ ହୋଇପାରେ। ଲଘୁଚାପ ସୃଷ୍ଟି ହେବା ପରେ ଅଧିକ ସ୍ପଷ୍ଟତା ଆସିପାରେ ବୋଲି କହିଛି ପାଣିପାଗ କେନ୍ଦ୍ର I ସେପଟେ ରାଜ୍ୟରେ ଆହୁରି ୫ ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ I ତାପମାତ୍ରାରେ ଆଉ ୨ ରୁ 3 ଡିଗ୍ରୀ ବୃଦ୍ଧି ହେବାର ସମ୍ଭାବନା ଥିବା ବେଳେ ଆସନ୍ତା ସପ୍ତାହରେ ପାଗ ବଦଳି ପାରେ। ଉପକୁଳ ଜିଲ୍ଲା ମାନଙ୍କରେ ମେଘୁଆ ପାଗ ସହିତ ବର୍ଷା ସମ୍ଭାବନା ରହିଛି।

Leave a Reply

Your email address will not be published. Required fields are marked *