ଅବ୍ୟବସ୍ଥାରେ ସାଟେଲାଇଟ୍ ହସ୍ପିଟାଲ୍, ୩ ମାସ ହେଲା ଦରମା ପାଇନାହାନ୍ତି ଚୁକ୍ତିଭିତ୍ତିକ କର୍ମଚାରୀ

ଝାରସୁଗୁଡ଼ା ଜିଲ୍ଲା ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବେ ସାଟେଲାଇଟ୍ ହସ୍ପିଟାଲରେ ରୂପାନ୍ତରିତ ହୋଇଛି । ଏହି ହସ୍ପିଟାଲକୁ ନେଇ ସମଗ୍ର ସହରବାସୀ ବେଶ୍ ଆଶାବାଦୀ ରହିଥିବା ବେଳେ ଏଠାକାର ଭିତ୍ତିଭୂମି ସହରବାସୀଙ୍କ ସ୍ବାସ୍ଥ୍ୟ ସେବାର ଆବଶ୍ୟକତାକୁ ପୂରଣ କରିବ ବୋଲି ପ୍ରଶାସନ ପକ୍ଷରୁ ମଧ୍ୟ କୁହାଯାଇଥିଲା | କିନ୍ତୁ ହସ୍ପିଟାଲ ଖୋଲିବା ଦିନଠାରୁ ନାନା ପ୍ରକାର ଅବ୍ୟବସ୍ଥା ଲାଗି ରହିଥିବା ବେଳେ କର୍ମଚାରୀଙ୍କ ଦରମା ବାବଦ ଅସନ୍ତୋଷ କୁହୁଳିବାରେ ଲାଗିଛି । ଏପରିସ୍ଥିତି ହେଲାଣି ଯେ, ଆଉ ମାସେ ଗଡ଼ିଲେ ଚୁକ୍ତିଭିତ୍ତିକ କର୍ମଚାରୀ ବାଧ୍ୟ ହୋଇ ଚାକିରି ଛାଡ଼ି ଅନ୍ୟ କାମ ଖୋଜିବେ ବୋଲି କହିବାକୁ ଲାଗିଲେଣି। ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା.ଏମ୍ଏମ୍ ପଣ୍ଡାଙ୍କୁ ପଚାରିବାରେ, ଅନ୍ୟ କର୍ମଚାରୀଙ୍କଠାରୁ ଅଭିଯୋଗ ଆସିନଥିବା ବେଳେ ଗତକାଲି ୩ ଜଣ ସୁରକ୍ଷା କର୍ମୀ ଦରମା ସମ୍ପର୍କିତ ଅଭିଯୋଗ କରିବା ପରେ ତାହାର ସମାଧାନ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ।
ହସ୍ପିଟାଲର ଜନୈକ କର୍ମଚାରୀଙ୍କ ଅଭିଯୋଗ ଅନୁସାରେ, ଶେଷ ଥର ପାଇଁ ଦଶହରା ପୂର୍ବରୁ ସେମାନଙ୍କୁ ଦରମା ମିଳିଥିଲା। ନଭେମ୍ବର ମାସର ୧୫ ଦିନ ଗଡ଼ିଗଲାଣି। ଆଉ ୧୫ ଦିନ ଗଡ଼ିଗଲେ କର୍ମଚାରୀଙ୍କ ଦରମା କ ବାବଦକୁ ୩ ମାସର ବକେୟା ପଡ଼ି। ହସ୍ପିଟାଲରୁ ଏହି ଚୁକ୍ତିଭିତ୍ତିକ ନ କର୍ମଚାରୀଙ୍କ ୱର୍କ ସାର୍ଟିଫିକେଟ୍ ବି ଜେନେରେଟ୍ ହୋଇ ଥୁଆହୋଇଛି। କ କିନ୍ତୁ ଆଉଟସୋସିଂ ଏଜେନ୍ସି ଆସି ଉକ୍ତ ସାର୍ଟିଫିକେଟ୍ ନେଉନି କି କର୍ମଚାରୀଙ୍କୁ ଦରମା ବି ଦେଉନି। ସେପଟେ, ମୁହଁ ଦ ଖୋଲୁଥିବା କର୍ମଚାରୀଙ୍କୁ ଚାକିରିରୁ ନ ବାହାର କରିଦେବାର ଧମକ ମିଳୁଥିବାରୁ ସେମାନେ କାହା ଆଗରେ ସେମାନଙ୍କ ଦୁଃଖ ପ୍ରକାଶ ବି କରିପାରୁନଥିବା କହିଛନ୍ତି। ସାଟେଲାଇଟ୍ ହସ୍ପିଟାଲରେ ୫ ଜଣ ଫାର୍ମାସିଷ୍ଟ, ୪ ଜଣ ଡ୍ରେସର, ୫ ଜଣ ଟିକେଟ୍ କାଉଣ୍ଟରର ଟିକେଟ୍
କାଟିବା, ୭ ଜଣ ନସିଂ ଷ୍ଟାଫ୍, ଜଣେ ଏକ୍ସ ରେ’ଟେକନିସିଆନ୍, ୨ ଜଣ ଲ୍ୟାବ୍‌ ଆସିଷ୍ଟାଣ୍ଟ, ୫ ଜଣ ସ୍କ୍ରିପର, ୩ ଜଣ ଆଟେଣ୍ଡାଣ୍ଟ ଓ ୫ ଜଣ ସୁରକ୍ଷା କର୍ମୀ ରହିଛନ୍ତି। ଭାରତ ସିକ୍ୟୁରିଟି ଆଣ୍ଡ ସଭିସେସ୍ ନାମକ ଆଉଟସୋସିଂ ଏଜେନ୍ସି ଦ୍ବାରା ନିଯୁକ୍ତ ଏହି କର୍ମଚାରୀଙ୍କୁ ଦରମା ପ୍ରଦାନରେ ବେଶ୍ ଟାଳଟୁଳ ନୀତି ଅବଲମ୍ବନ କରାଯାଉଥିବା ନେଇ ଅଭିଯୋଗ ହୋଇଛି। ଦରମା ଠିକ୍ରେ ମିଳୁନଥିବାରୁ ହାତରୁ ଖର୍ଚ୍ଚ କରି କାମ କରି ଆସିବାକୁ ବି କର୍ମଚାରୀମାନେ କୁଣ୍ଠାବୋଧ କଲେଣି। ହସ୍ପିଟାଲରେ କେବଳ ଯେ କର୍ମଚାରୀଙ୍କ ଦରମାକୁ ନେଇ ନୁହେଁ ରୋଗୀଙ୍କ ଚିକିତ୍ସା, ଔଷଧ ପ୍ରଦାନ, ସଫେଇରେ ବି ସମସ୍ୟା ରହିଛି। ଡାକ୍ତରଖାନାରେ ସବୁ ପ୍ରକାର ବିଷେଜ୍ଞ ଡାକ୍ତର ରହୁନଥିବାରୁ ଅନେକ ରୋଗୀଙ୍କୁ ପ୍ରାଥମିକ ଚିକିତ୍ସା କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇବାକୁ ପଡୁଛି। ଏଠାରେ ଏକ୍ସରେ ହେଉଛି କିନ୍ତୁ ଅସ୍ଥିଶଲ୍ୟ ଡାକ୍ତର ନାହାନ୍ତି କି ସର୍ଜରି ବିଶେଷଜ୍ଞ ନାହାନ୍ତି| ହସ୍ପିଟାଲରେ ଏଆଭି ମଧ୍ୟ ଉପଲବ୍ଧ ରହୁନଥିବାରୁ ସାପକାମୁଡ଼ା, କୁକୁର କାମୁଡ଼ା ରୋଗୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇବାକୁ ପଡ଼ୁଛି । ଏହି ଡାକ୍ତରଖାନାର ସଫେଇରେ ବ୍ୟବହାର ହେଉଥିବା ଝାଡୁ ବି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଆସୁଥିବା କର୍ମଚାରୀ ଅଭିଯୋଗ କରିଛନ୍ତି।

Leave a Reply

Your email address will not be published. Required fields are marked *