ଆଗାମୀ ଦିନରେ ଓଡ଼ିଶା ଆଳୁ ଏବଂ ଡାଲି ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳ ହେବା ନାହିଁ – ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ

ଓଡ଼ିଶା ସରକାର ରାଜ୍ୟକୁ ଆଳୁ ଏବଂ ଡାଲି ଉତ୍ପାଦନ ବୃଦ୍ଧି ଲକ୍ଷ୍ୟ ରଖିଛନ୍ତି। ଆଗାମୀ ଦିନରେ ଆଉ ଆଳୁ ପାଇଁ ପଶ୍ଚିମବଙ୍ଗ ଏବଂ ଡାଲି ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳ ହେବା ନାହିଁ ବୋଲି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି। ଆଳୁ ଏବଂ ଡାଲି ଉତ୍ପାଦନରେ ଓଡ଼ିଶା ଆତ୍ମନିର୍ଭର ହେବ ବୋଲି ମୁଖ୍ୟମନ୍ତ୍ରୀ ଦୃଢ଼ ଭାବରେ କହିଛନ୍ତି। ସେହିପରି ପଶ୍ଚିମବଙ୍ଗ ଆଉ ନାଲି ଦେଖାଇ ପାରିବ ନାହିଁ। ଆଳୁ ଚାଷ ପାଇଁ ୩ ଲକ୍ଷ ମେଟ୍ରିକ ଟନ ଆଳୁ ବିହନ ଯୋଗାଇ ଦିଆଯାଇଛି। ୧୩ ଶୀତଳଭଣ୍ଡାର କାମ ଆରମ୍ଭ ହୋଇଛି। ଆଶା ଯେତିକି ଆଳୁ ବାହାରିବ ରାଜ୍ୟର ଆବଶ୍ୟକତା ପୂରଣ ହେଇଯିବ।