ବଦଳିଲେ ଚୌଦ୍ବାର ଜେଲର

ଶେଷରେ ଚୌଦ୍ଵାର ଜେଲରକୁ ବଦଳି କରାଯାଇଛି। ଜେଲର ସନ୍ତୋଷିନୀ ଦାଶଙ୍କୁ ଚୌଦ୍ଵାର ଜେଲରୁ କଣ୍ଟାବାଞ୍ଜି ଉପକାରାଗାରକୁ ବଦଳି କରାଯାଇଛି। ସନ୍ତୋଷିନୀଙ୍କ ସ୍ଥାନରେ କଣ୍ଟାବାଞ୍ଜି ସବଜେଲ୍‌ର ଜେଲର ତଥା ଅଧୀକ୍ଷକ ରଘୁରାଜ ମାଝୀଙ୍କୁ ନିଯୁକ୍ତ କରାଯାଇଛି। ଏଣିକି ରଘୁରାଜ ଚୌଦ୍ଵାର କାରାଗାରର ଜେଲର ଭାବେ ଦାୟିତ୍ଵ ନିର୍ବାହ କରିବେ। ଏ ନେଇ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇ ସୂଚନା ଦିଆଯାଇଛି।

ଉଲ୍ଲେଖଯୋଗ୍ୟ, ନିକଟରେ ଚୌଦ୍ଵାର ଜେଲରୁ ଦୁଇ ଜଣ କଏଦୀ ତାର ଜାଲି କାଟି ପାଚେରି ଡେଇଁ ଫେରାର ହୋଇଥିଲେ। ବର୍ତ୍ତମାନ ସୁଦ୍ଧା ଉକ୍ତ କଏଦୀମାନଙ୍କର ପତ୍ତା ମିଳିନାହିଁ।

Leave a Reply

Your email address will not be published. Required fields are marked *