ବିଜେପି ନେତା, ନେତ୍ରୀଙ୍କ ସହ ଝାରପଡ଼ା ଦୁର୍ଗା ପୂଜା ବୁଲି ଦେଖିଲେ ଶ୍ରୀମୟୀ ମିଶ୍ର

ଶାରଦୀୟ ଦୁର୍ଗାପୂଜା ପାଇଁ ଚଳଚଞ୍ଚଳ ହୋଇଉଠିଛି ଗାଁଠୁ ସହର। ଆଜି ଜଗତଜନନୀ ମା’ ଦୁର୍ଗାଙ୍କର ମହାନବମୀ ପୂଜା ମଣ୍ଡପଗୁଡ଼ିକରେ ଅନୁଷ୍ଠିତ ହେଉଛି। ମନ୍ତ୍ରପାଠ ଓ ସ୍ଵତନ୍ତ୍ର ପୂଜା ବିଧିରେ ମହିଷମର୍ଦିନୀଙ୍କୁ ଆବାହାନ କରୁଛନ୍ତି ଭକ୍ତ। ଘଣ୍ଟଘଣ୍ଟା, ଶଙ୍ଖଧ୍ୱନି ଓ ହୁଳହୁଳି ଶବ୍ଦରେ କମ୍ପୁଛି ପରିବେଶ। ପୂଜା ଦେଖିବାକୁ ବିଭିନ୍ନ ମଣ୍ଡପରେ ଭକ୍ତଙ୍କ ଭିଡ଼ ଜମୁଛି।

ଦୁର୍ଗା ପୂଜାରେ ମହାନବମୀ ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ମହାନବମୀ ଅବସରରେ ସକାଳେ ମା’ଙ୍କର ମହାସ୍ନାନ ପରେ ବିଭିନ୍ନ ପାରମ୍ପରିକ ରୀତିନୀତିରେ ପୂଜା କରାଯାଇଥାଏ। ଏହାସହ ମଣ୍ଡପରେ ଚଣ୍ଡୀପାଠ ମଧ୍ୟ ହୋଇଥାଏ।

ଧୁମ୍ ଧାମରେ ପାଳନ ହେଉଛି ଝାରପଡ଼ା ଦୁର୍ଗା ପୂଜା। ଚଳିତ ବର୍ଷ ଝାରପଡ଼ା ଦୁର୍ଗା ପୂଜା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଥିବା ନେତାନେତ୍ରୀଙ୍କ ଭିଡ଼ ଜମୁଛି ।  ସାଧାରଣତ ଏହି ପୂଜାରେ  ବିଜେପି ନେତାମାନଙ୍କ ଧାଡ଼ି ଲାଗିଛି । ଝାରପଡ଼ା ଦୁର୍ଗା ପୂଜା ସମିତିର ମୁଖ୍ୟ ଜଗନ୍ନାଥ ପ୍ରଧାନ ଉପସ୍ଥିତ ରହି ସମସ୍ତ ବ୍ୟବସ୍ଥା କରିଛନ୍ତି। ଝାରପଡ଼ା ମେଲଣ ପଡ଼ିଆରେ ଅନୁଷ୍ଠିତ ଦୁର୍ଗା ପୂଜା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ପ୍ରବଳ ହେଉଛି ।  ପୂଜାରେ ମା’ଙ୍କ ଦର୍ଶନ କରୁଛନ୍ତି ସାଧାରଣ ଜନତା ଏବଂ ନେତା,ନେତ୍ରୀ ।

ରାଜଧାନୀର ଏହି ପୂଜା ମଣ୍ଡପରେ  ଛାଇ ଯାଇଛି ଆଧ୍ୟାତ୍ମିକାର ଭାବ। ଜଗଜ୍ଜନନୀ ମା’ ବିଶ୍ବରୂପାଙ୍କୁ  ଦର୍ଶନ କରିବାର ଲାଳସାରେ  ପୂଜାମଣ୍ଡପରେ ପ୍ରବଳ ଭିଡ଼ ହେଖିବାକୁ ମିଳିଛି।  ମା’ଙ୍କ ପୂଜା ଆରମ୍ଭ ହେବା ପରେ  ହଜାର ହଜାର ଭକ୍ତ ରୁଣ୍ଡ ହୋଇ  ‘ଜୟ ମା ଦୁର୍ଗତିନାଶିନୀ ଦୁର୍ଗାଙ୍କର ଜୟ’ ଗାନ କରିଛନ୍ତି। ଏହି ଗହଳି ବିଳମ୍ବିତ ରାତି ପର୍ଯ୍ୟନ୍ତ ଲାଗି ରହିବ। ଆସନ୍ତାକାଲି ବିଭିନ୍ନ ପୂଜାମଣ୍‌ହପରେ  ମା’ଙ୍କ ପୂଜା ମଧ୍ୟ ଅନୁଷ୍ଠିତ ହେବ। ପୂଜାମଣ୍ଡପର ସୁଉଚ୍ଚ ତୋରଣ ସାଙ୍ଗକୁ ରଙ୍ଗିନ ଆଷଲାକମାଳା  ଆଖି ଖୋସିଦେଉଛି।

ଏହାରି ଭିତରେ ବିଜେଡିରୁ ନିଲମ୍ବିତ ହୋଇଥିବା ନେତ୍ରୀ ଶ୍ରୀମୟୀ ମିଶ୍ର ବିଜେପି ନେତ୍ରୀମାନଙ୍କ ସହ ହସଖୁସିରେ ବୁଲୁଥିବା ଦେଖିବାକୁ ମିଳିଛି । ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ସହ ବୁଲୁଥିବା ମଧ୍ୟ ଦେଖିବାକୁ ମିଳିଥିଲା ।  ଆଜି ସାଂସଦ ଅପରାଜିତା ଷଡ଼ଙ୍ଗୀ, ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ଉପାସନା ମହାପାତ୍ର, ଜଗନ୍ନାଥ ପ୍ରଧାନ, ରଶ୍ମୀ ମହାପାତ୍ର, ସୁଭଦ୍ରା ମିଶ୍ରଙ୍କ ସହ ବହୁ ନେତା, କାର୍ଯ୍ୟକର୍ତ୍ତା ମଧ୍ୟ ଉପସ୍ଥିତ ଥିଲେ । ପ୍ରବଳ ଭିଡ଼ରେ ମାଙ୍କୁ ଦର୍ଶନ କରି ଭାବରେ ବିଭୋର ହୋଇଯାଉଥିବା ଦେଖିବାକୁ ମିଳିଥିବା ଏହି ନେତାନେତ୍ରୀମାନଙ୍କୁ । ସମସ୍ତେ ମା’ଙ୍କ ସହ ନିଜର ଫଟୋ ଉଠାଇ ସେଲ୍‌ଫି ନେଉଥିବା ଦେଖିବାକୁ ମିଳିଥିଲା ।

ଆକର୍ଷଣୀୟ ତରୋଣ ସହ ପୂଜାର ମେଢ଼ ବୁଲିବା ସହ ଲୋକଙ୍କ ସହ କଥା ହୋଇଥିଲେ ନେତା, ନେତ୍ରୀ, ସାଂସଦ, ମନ୍ତ୍ରୀ ଓ ବିଧାୟକ । ଶାନ୍ତି ଶୃଙ୍ଖଳାରେ ପୂଜା ନିୟନ୍ତ୍ରଣ କରିବାକୁ ପୋଲିସ ଫୋର୍ସ , ସି ଆର ପି , ଅଗ୍ନିଶମ ବାହିନୀ ମୁତୟନ କରାଯାଇଛି।