ବିସିସିଆଇ ନିକଟରେ କ୍ଷମା ମାଗିଲେ ଏସିସି ଅଧ୍ୟକ୍ଷ ମହସିନ ନକଭି

ଶେଷରେ ବିସିସିଆଇ ନିକଟରେ କ୍ଷମା ମାଗିଲେ ଏସିସି ଅଧ୍ୟକ୍ଷ ମହସିନ ନକଭି। ଦୁବାଇ ଏସିସି ବୈଠକରେ କ୍ଷମା ମାଗିଛନ୍ତି ନକଭି। କହିଛନ୍ତି- ଏପରି ସ୍ଥିତି ଆସିବାର ନଥିଲା। ତେବେ ସେ ଟ୍ରଫି ଓ ମେଡାଲ ଫେରାଇବାକୁ ମନା କରିଛନ୍ତି। ପାକିସ୍ତାନ ବିରୋଧରେ ଭାରତର ବିଜୟ ପରେ ସେଲିବ୍ରେସନ ଲାଗି ଅନୁମତି ଦେଇ ନଥିଲେ ନକଭି। ରବିବାର ଫାଇନାଲରେ ନକଭିଙ୍କ ହାତରୁ ଟ୍ରଫି ଓ ମେଡାଲ ଗ୍ରହଣ କରିବାକୁ ମନା କରିଥିଲେ ଭାରତୀୟ ଖେଳାଳି। ଭାରତୀୟ ଖେଳାଳି ଟ୍ରଫି ଓ ମେଡାଲ ନେବାକୁ ମନା କରିବା ପରେ ଟ୍ରଫି ଓ ମେଡାଲ ନେଇଯିବାକୁ ଏସିସିକୁ ନିର୍ଦ୍ଦେଶ ଦେଇଥିଲେ ନକଭି। ଯଦି ଗଣମାଧ୍ୟମ ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ବିସିସିଆଇ ଅଧିକାରୀମାନେ ଟ୍ରଫି ଫେରାଇବା ପ୍ରଶ୍ନରେ ପିସିବି ମୁଖ୍ୟ କହିଛନ୍ତି ଯେ ସେମାନେ ଏହାକୁ ଫେରାଇ ଦେବେ କିନ୍ତୁ ଏହାକୁ ନେବା ପାଇଁ ଭାରତୀୟ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ଏସୀୟ କ୍ରିକେଟ ପରିଷଦ କାର୍ଯ୍ୟାଳୟକୁ ଆସିବାକୁ ପଡିବ।

Leave a Reply

Your email address will not be published. Required fields are marked *