ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

ନୂଆପଡ଼ା ମାଟିରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପହଞ୍ଚିଛନ୍ତି। ରାଜ୍ୟ ବିମାନରେ ଆସି ଗୌତମା ଏୟାର ଷ୍ଟ୍ରିପରେ ୧୨ଟା ୫୦ରେ ଆସି ପହଞ୍ଚିଛନ୍ତି। ନୂଆପଡ଼ାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିନିକିଆ ଗସ୍ତରେ ଆସିଥିବା ବେଳେ ବର୍ତ୍ତମାନ ଗୌତମା  ଏୟାର ଷ୍ଟ୍ରିପରେ ୨୫ ମିନିଟ ବିଳମ୍ବରେ ପହଞ୍ଚିଛନ୍ତି। ଆଜି ଖରିଆର ରୋଡ ଏଫ ସି ଆଇ ଗୋଦାମରେ ଆୟୋଜିତ ବିଧାୟକ ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେଇ ଦଳୀୟ କାର୍ଯ୍ୟକର୍ତ୍ତାମାନଙ୍କୁ ସାକ୍ଷାତ କରିବା କାର୍ଯ୍ୟକ୍ରମ ରହିଛି। ଉପନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଏହି ଗସ୍ତ ଯଥେଷ୍ଟ ଗୁରୁତ୍ବ ରଖୁଛି। ସେ ବିଜେପି ନେତା ଓ କର୍ମୀଙ୍କ ମନୋବଳ ଓ ଉତ୍ସାହ ବଢ଼ାଇବାରେ ସହାୟକ ହେବେ ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି। ଏହି ସଭାରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ ଯେ ରାଜେନ୍ଦ୍ର ଥିଲେ ମୋର ଜଣେ ଭଲ ବନ୍ଧୁ।