୨୫ରୁ ଷଷ୍ଠ ଭାରତୀୟ ପ୍ରାମାଣିକ ଚଳଚ୍ଚିତ୍ର ଉତ୍ସବ

ଭୁବନେଶ୍ଵର ଫିଲ୍ମ ସୋସାଇଟି ତରଫରୁ ଷଷ୍ଠ ଭାରତୀୟ ପ୍ରାମାଣିକ ଚଳଚ୍ଚିତ୍ର ଉତ୍ସବ ଆସନ୍ତା ୨୫ ତାରିଖରୁ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପ୍ରେକ୍ଷାଳୟରେ ଅନୁଷ୍ଠିତ ହେବ। ୪ ଦିନ ଧରି ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ବର୍ଲିନ, ସଣ୍ଡାନ୍ସ, ରଟରଡାମ, ଥିରୁଭାନନ୍ଥପୂରମ, ବୁସାନ ଓ ନ୍ୟୁୟର୍କରେ ଆୟୋଜିତ ବିଶ୍ଵର ପ୍ରସିଦ୍ଧ ଚଳଚ୍ଚିତ୍ର ଉତ୍ସବଗୁଡ଼ିକରେ ପ୍ରଶଂସା ସାଉଁଟିଥିବା ୪୦ଟି ବୃତ୍ତଚିତ୍ର ପ୍ରଦର୍ଶିତ ହେବ।

ଏହି ଉତ୍ସବରେ ୧୪ ଥର ଜାତୀୟ ପୁରସ୍କାର ବିଜେତା ପଦ୍ମଶ୍ରୀ ଗିରିଶ୍ କସରାଭଲ୍ଲିଙ୍କ ଡକ୍ୟୁମେଣ୍ଟାରୀ ଉପରେ ଏକ ବିଶେଷ ପୁନର୍ଦୃଷ୍ଟି ହେବ। ପଦ୍ମଶ୍ରୀ କସରାଭଲ୍ଲି ନିଜେ ଉତ୍ସବରେ ଉପସ୍ଥିତ ରହିବେ। ଅଡୁର ଗୋପାଳକୃଷ୍ଣନ, ଉ. ର. ଅନନ୍ତମୂର୍ତ୍ତି ଏବଂ ସଂଗୀତକାର ଭେଙ୍କଟେଶ୍ କୁମାରଙ୍କ ଉପରେ ତିନୋଟି ବୃତ୍ତଚିତ୍ର ପ୍ରଦର୍ଶନ କରାଯିବ।

Leave a Reply

Your email address will not be published. Required fields are marked *