ବିଧାନସଭା ମୌସୁମୀ ଅଧିବେଶନ ଦ୍ୱିତୀୟ ଦିନ ବି ବିରୋଧୀଙ୍କ ହଟ୍ଟଗୋଳରେ କଟିଗଲା । ବିଧାୟକ ଦଳ ବୈଠକରେ ଯେଉଁ ନିଷ୍ପତ୍ତି କରିଥିଲା ବିଜେଡି, ଆଜି ଗୃହ ଆରମ୍ଭ ହେବା ମାତ୍ରେ ତାକୁ କାର୍ଯ୍ୟକାରୀ କରିଥିଲା । ବାଚସ୍ପତିଙ୍କ ପୋଡିୟମ ତଳକୁ ଆସି ନାରାବାଜି ଆରମ୍ଭ କରିଦେଇଥିଲେ ବିଜେଡି ସଦସ୍ୟ। ହାତରେ ପ୍ଲା-କାର୍ଡ ଓ ବ୍ୟାନର ଧରିଥିଲେ । ଚାଷୀ ମାରଣ ନୀତି ଚଳିବ ନାହିଁ କହି ସରକାରଙ୍କୁ ଘେରିଥିଲେ । କଂଗ୍ରେସ ବିଧାୟକ ମଧ୍ୟ ନିଜ ନିଜ ଆସନରେ ଛିଡ଼ା ହୋଇ ପ୍ରତିବାଦ କରିଥିଲେ ।
‘ରାଜ୍ୟରେ ସାର ଓ ୟୁରିଆ ସଙ୍କଟ, ଚାଷୀ ହନ୍ତସନ୍ତ, ସାରର କଳାବଜାରୀରେ ଦଲାଲ ମାଲେମାଲ, ସରକାର ଚୁପ୍’ ପ୍ରସଙ୍ଗରେ ମୁଲତବି ପ୍ରସ୍ତାବ ଦେଇଥିଲା କଂଗ୍ରେସ । ପ୍ରଶ୍ନକାଳକୁ ବାତିଲ୍ କରି ମୁଲତବି ପ୍ରସ୍ତାବରେ ଆଲୋଚନା ପାଇଁ ଅଡ଼ି ବସିଥିଲା । ହୋହଲ୍ଲାରେ ବିଧାନସଭା କମ୍ପୁଥିବାବେଳେ, ଚୁପ୍ କରିବାକୁ ଶତଚେଷ୍ଟା କରି ବିଫଳ ହେବାରୁ ପ୍ରଥମାର୍ଦ୍ଧରେ ଅପରାହ୍ଣ ୪ଟା ଯାଏଁ ଗୃହ ମୁଲତବି କରିଥିଲେ ବାଚସ୍ପତି ।
ବିଧାନସଭାରେ ଆଜି ବି ସାର ତାତି ଦେଖିବାକୁ ମିଳିଥିଲା । ଏହି ପ୍ରସଙ୍ଗକୁ ଆଜି ସାରା ଦିନ ଗୃହରେ ହଟ୍ଟୋଗଳ କରିଥିଲେ ବିରୋଧୀ । ପୂର୍ବାହ୍ଣରେ ମାତ୍ର ୪ ମିନିଟ ଚାଲିଥିଲା ଗୃହ । ଅପରାହ୍ଣରେ ବି ମାତ୍ର ୪ ମିନିଟ୍ ହିଁ ଚାଲିପାରିଲା । ରାଜ୍ୟରେ ସାର ସଙ୍କଟ ନେଇ ବିରୋଧୀ ହଙ୍ଗାମା କରିବାରୁ ପ୍ରଥମେ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଗୃହକାର୍ଯ୍ୟ ମୁଲତବି କରାଯାଇଥିଲା । ବିଧାନସଭା ମୌସୁମୀ ଅଧିବେଶନର ଆଜି ଦ୍ୱିତୀୟ ଦିନ । ଗୃହ କାର୍ଯ୍ୟ ଆରମ୍ଭ ହେଉହେଉ ପ୍ରବଳ ହଙ୍ଗାମା ଦେଖିବାକୁ ମିଳିଥିଲା ।
ମାତ୍ର ୪ ମିନିଟ ଚାଲିବା ପରେ ଅପରାହ୍ଣ ୪ଟା ଯାଏ ଗୃହ ମୁଲତବି ଘୋଷଣା କରିଥିଲେ ବାଚସ୍ପତି ସୁରମା ପାଢ଼ୀ । ପ୍ରଥମରୁ ଗୃହରେ ବିଜେଡି ସଦସ୍ୟମାନେ ସାର ପ୍ରସଙ୍ଗରେ ପ୍ଲା’କାର୍ଡ ଦେଖାଇ ନାରାବାଜି ସହ ହଟ୍ଟଗୋଳ କରିଥିଲେ । ପ୍ରଶ୍ନକାଳ ଆରମ୍ଭରୁ ସାର ଅଭାବ ପ୍ରସଙ୍ଗ ଉଠାଇ ନାରା ବାଜି କରିଥିଲା ବିଜେଡି । ବାଚସ୍ପତିଙ୍କ ପୋଡିୟମ ତଳକୁ ଆସି ବିଜେଡି ବିଧାୟକମାନେ ପ୍ରତିବାଦ କରିଥିଲେ । ସେପଟେ ନିଜ ନିଜ ଆସନରେ ଠିଆ ହୋଇ କଂଗ୍ରେସ ସଦସ୍ୟମାନେ ବି କିଛି କମ୍ ପ୍ରତିବାଦ କରିନଥିଲେ । ଫଳରେ ଅପରାହ୍ଣ ୪ଟା ଯାଏ ଗୃହ ମୁଲତବି କରାଯାଇଥିଲା ।









