ନିର୍ବାଚନ କମିସନ ଓ ବିଜେପିକୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ବାରମ୍ୱାର ଟାର୍ଗେଟ୍ କରିବା ସହ ଏବେ ଏଥିପାଇଁ ଦେଶର ଯୁବବର୍ଗଙ୍କୁ ଆହ୍ବାନ ଦେଇଛନ୍ତି । ସେପଟେ ଭୋଟ୍ ଚୋରି ବିରୋଧରେ ରାହୁଲଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଆରମ୍ଭ କରିଛନ୍ତି ଦସ୍ତଖତ ସଂଗ୍ରହ ଅଭିଯାନ । ତେବେ ଯୁବ ବର୍ଗ ରାହୁଲ ଗାନ୍ଧୀଙ୍କ ଅଭିଯୋଗକୁ କେତେ ସମର୍ଥନ କରିବେ ତାହା ସମୟ କହିବ ।
ବିଜେପି କଡ଼ା ସମାଲୋଚନା କରିଛି । ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଜେନ୍ ଜି’ଙ୍କୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଆହ୍ବାନ । ଭୋଟ୍ ଚୋରି ରୋକିବା ପାଇଁ ରାହୁଲ ଆହ୍ୱାନ ଦେଇଛନ୍ତି । ରାହୁଲ ଲେଖିଛନ୍ତି, ଦେଶର ସମ୍ୱିଧାନ ଏବଂ ଗଣତନ୍ତ୍ରକୁ ଦେଶର ଯୁବ ଓ ଛାତ୍ର ସମାଜ ରକ୍ଷା କରିବେ । ଏଥିସହିତ ଭୋଟ୍ ଚୋରି ଉଦ୍ୟମକୁ ରୋକିବେ । ସେମାନଙ୍କ ସହ ମୁଁ ଅଛି ବୋଲି ରାହୁଲ ଲେଖିଛନ୍ତି । ତେବେ ଯୁବବର୍ଗଙ୍କୁ ହିଂସା ପାଇଁ କଂଗ୍ରେସ ଉସକାଉଥିବା ବିଜେପି ଅଭିଯୋଗ କରିଛି । ଯୁବବର୍ଗ କଂଗ୍ରେସର ଚାଲକୁ ବୁଝିଛନ୍ତି । କେବେ ବି ସେମାନଙ୍କୁ ବିଶ୍ବାସ କରିବେ ନାହିଁ ।









