ମିଜୋରାମରେ ଯୋଡ଼ି ହେଲା ନୂଆ ଇତିହାସ , ପ୍ରଥମ ଥର ପାଇଁ ଗଡ଼ିଲା ଟ୍ରେନ୍

ମିଜୋରାମରେ ଯୋଡ଼ି ହେଲା ନୂଆ ଇତିହାସ । ପ୍ରଥମ ଥର ପାଇଁ ଗଡ଼ିଲା ଟ୍ରେନ୍ । ତିନୋଟି ଟ୍ରେନ୍‌ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ । କିଛି ସମୟ ପରେ ମଣିପୁର ଗସ୍ତ କରିବେ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୩ ରୁ ୧୫ ସେପ୍ଟେମ୍ବର ପର୍ଯ୍ୟନ୍ତ ୫ ଟି ରାଜ୍ୟ ଗସ୍ତରେ ଅଛନ୍ତି । ସେ ମିଜୋରାମ, ମଣିପୁର, ଆସାମ, ପଶ୍ଚିମବଙ୍ଗ ଏବଂ ବିହାର ଗସ୍ତରେ ରହିବେ । ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ହଜାର ହଜାର କୋଟି ଟଙ୍କାର ଅନେକ ବିକାଶ ପ୍ରକଳ୍ପର ଉଦଘାଟନ କରିବେ ଏବଂ ସାଧାରଣ ସଭାକୁ ମଧ୍ୟ ସମ୍ବୋଧିତ କରିବେ ।

ପ୍ରଧାନମନ୍ତ୍ରୀ ମୋଦୀ ମିଜୋରାମରେ କହିଥିଲେ ଯେ, “ଏହା ଦେଶ ପାଇଁ, ବିଶେଷକରି ମିଜୋରାମବାସୀଙ୍କ ପାଇଁ ଏକ ଐତିହାସିକ ଦିନ। ଆଜିଠାରୁ ଆଇଜଲକୁ ଭାରତର ରେଳ ମାନଚିତ୍ରରେ ଯୋଡା ଯାଇଛି। ମୁଁ ଏବେ ମିଜୋରାମର ଲେଙ୍ଗପୁଇ ବିମାନବନ୍ଦରରେ ଅଛି। ଦୁର୍ଭାଗ୍ୟବଶତଃ, ଖରାପ ପାଗ ଯୋଗୁଁ, ମୁଁ ଆଇଜଲକୁ ଯାଇପାରିଲି ନାହିଁ। କିନ୍ତୁ ଭିଡିଓ ମାଧ୍ୟମରେ ମଧ୍ୟ ମୁଁ ଆପଣଙ୍କ ଭଲାପାଇବା ଏବଂ ସ୍ନେହ ଅନୁଭବ କରିପାରୁଛିଛି।”

ଅଧିକାରୀମାନେ କହିଛନ୍ତି ଯେ, ପ୍ରବଳ ବର୍ଷା ଯୋଗୁଁ ପ୍ରଧାନମନ୍ତ୍ରୀ ମୋଦୀ ହେଲିକପ୍ଟର ଯୋଗେ ଲେଙ୍ଗପୁଇ ବିମାନବନ୍ଦରରୁ ଆଇଜଲର ଲମ୍ମୁଆଲ ଗ୍ରାଉଣ୍ଡରେ ପହଞ୍ଚିପାରିଲେ ନାହିଁ। ସେଥିପାଇଁ ସେ ବିମାନବନ୍ଦରରୁ ହିଁ ରେଳ ଲାଇନର ଉଦଘାଟନ କରିଲେ

 

Leave a Reply

Your email address will not be published. Required fields are marked *