ନେପାଳର ଅନ୍ତରୀଣ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ସୁଶୀଳା କାର୍କି

ନେପାଳରେ ଜେନ୍-ଜେଡ୍ ବିପ୍ଳବ ଯୋଗୁଁ ହୋଇଥିବା ବିପ୍ଳବ ପରେ, ଏବେ ସୁଶୀଳା କାର୍କି ନେପାଳର ଅନ୍ତରୀଣ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ନେପାଳର ରାଷ୍ଟ୍ରପତି ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି । ତାଙ୍କୁ ଭାରତୀୟ ସମୟ ରାତି ୮:୪୫ ସୁଦ୍ଧା ସୁଶୀଳା କାର୍କିଙ୍କୁ ଶପଥ ପାଠ କରାଯାଇଥିଲା । ଏହା ସହିତ ଏକ ତିନିଜଣିଆ ମନ୍ତ୍ରିମଣ୍ଡଳ ମଧ୍ୟ ଗଠନ କରାଯାଇଛି ।ସରକାର ବିରୋଧୀ ପ୍ରତିବାଦର ନେତୃତ୍ୱ ନେଉଥିବା ‘ଜେନ୍ ଜେଡ୍’ ଗୋଷ୍ଠୀର ପ୍ରତିନିଧି, ସେନା ମୁଖ୍ୟ ଏବଂ ରାଷ୍ଟ୍ରପତି ରାମଚନ୍ଦ୍ର ପାଉଡେଲଙ୍କ ସହ ସମସ୍ତ ଅଂଶୀଦାରଙ୍କ ମଧ୍ୟରେ ଶୁକ୍ରବାର (ସେପ୍ଟେମ୍ବର ୧୨, ୨୦୨୫) ଅନୁଷ୍ଠିତ ଆଲୋଚନାରେ ପୂର୍ବତନ ମୁଖ୍ୟ ବିଚାରପତି ସୁଶୀଳା କାର୍କିଙ୍କ ନାମକୁ ଅନୁମୋଦନ କରାଯାଇଥିଲା। ଦିନସାରା ଆଲୋଚନା ପରେ, ପ୍ରତିନିଧି ସଭା ଭାଙ୍ଗିବା ଏବଂ କାର୍କିଙ୍କୁ ଅନ୍ତରୀଣ ସରକାରଙ୍କ ପ୍ରଧାନମନ୍ତ୍ରୀ ଭାବରେ ନିଯୁକ୍ତ କରିବା ଉପରେ ସର୍ବସମ୍ମତି ହୋଇଥିଲା।

Leave a Reply

Your email address will not be published. Required fields are marked *