ପ୍ରାଣୀପାଳନ ଓ ଉତ୍ପାଦନ ବୃଦ୍ଧି ପାଇଁ ଚାରା ପ୍ରୋତ୍ସାହନ

ଗତ ୧୮ରୁ ୨୨ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରସ୍ଥିତ କେନ୍ଦ୍ରୀୟ କୃଷିରତ ମହିଳା ସଂସ୍ଥାନଠାରେ ‘‘ପ୍ରାଣୀପାଳନ ଓ ଉତ୍ପାଦନ ବୃଦ୍ଧି ପାଇଁ ଚାରା ପ୍ରୋତ୍ସାହନ’’ ଉପରେ ଏକ ପାଞ୍ଚ ଦିନିଆ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଓଡ଼ିଶା ସରକାରଙ୍କ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଅଧୀନରେ କେନ୍ଦ୍ରୀୟ କୃଷିରତ ମହିଳା ସଂସ୍ଥାନ, ପ୍ରାଣୀଚିକିତ୍ସକ ପ୍ରଶିକ୍ଷଣ ପ୍ରତିଷ୍ଠାନ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର ମିଳିତ ଉଦ୍ୟମରେ ଆୟୋଜିତ ହୋଇଥିଲା।

କେନ୍ଦ୍ରୀୟ କୃଷିରତ ମହିଳା ସଂସ୍ଥାନର ନିର୍ଦ୍ଦେଶକ ଡକ୍ଟର ମୃଦୁଳା ଦେବୀ ପ୍ରଶିକ୍ଷାର୍ଥୀମାନଙ୍କୁ କ୍ଷେତରେ ଚାରା ପ୍ରସାର ପାଇଁ ଏକ ଚାରା ଟାସ୍କ ଫୋର୍ସ ଗଠନ କରିବାରେ ନେତୃତ୍ୱ ନେବାକୁ ମତାମତ ଦେଇଥିଲେ । ପ୍ରାଣୀପାଳନ ଉତ୍ପାଦନରେ ମହିଳାମାନଙ୍କୁ ସଶକ୍ତ କରିବା, ଗୋଚର ଜମି ବିକାଶ କରିବା ପାଇଁ ଲିଙ୍ଗ ସମାବେଶୀ ପଦ୍ଧତି ଉପରେ ସେ ଗୁରୁତ୍ୱ ଦେଇଥିଲେ। ଭୁବନେଶ୍ୱରସ୍ଥିତ ପ୍ରାଣୀଚିକିତ୍ସକ ପ୍ରଶିକ୍ଷଣ ପ୍ରତିଷ୍ଠାନର ଉପ-ନିର୍ଦ୍ଦେଶକ ଡକ୍ଟର ରାଜୀବ ଶର୍ମା, ସମନ୍ୱୟ ପ୍ରଣାଳୀ ମାଧ୍ୟମରେ ପ୍ରାଣୀପାଳନ କ୍ଷେତ୍ରରେ କ୍ଷେତ୍ର କାର୍ଯ୍ୟକର୍ତ୍ତାଙ୍କ କ୍ଷମତା ନିର୍ମାଣ କାର୍ଯ୍ୟକ୍ରମରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ।

ଏଥିରେ ୩୦ ଜଣ ଉପ-ବିଭାଗୀୟ ପ୍ରାଣୀଚିକିତ୍ସା ଅଧିକାରୀ, ଜଣେ ଲେଖାଏଁ ନିର୍ଦ୍ଦେଶକ ଏବଂ ପରିଚାଳକ, ୨ ଜଣ ବିବିଆର ଏବଂ ବିଏମଏଫଙ୍କ ସମେତ ମୋଟ ୩୩ ଜଣ ସକ୍ରିୟ ଭାବରେ ଅଂଶଗ୍ରହଣ କରିଥିଲେ । ଏହି ତାଲିମ କାର୍ଯ୍ୟକ୍ରମରେ କୃଷି ଉତ୍ପାଦନ ପଦ୍ଧତିର ପ୍ୟାକେଜ୍ ମାଧ୍ୟମରେ ଚାରା ଉତ୍ପାଦନ, ସାଇଲେଜ୍ ତିଆରି ମାଧ୍ୟମରେ ଚାରାର ମୂଲ୍ୟ ବୃଦ୍ଧି, ସମ୍ପୂର୍ଣ୍ଣ ଖାଦ୍ୟ, ଉଦ୍ଭିଦ ସୁରକ୍ଷା, ସିଲଭି-ପାସଚର ଏବଂ କୃଷି ବନୀକରଣ ସହିତ ଚାରା ଆଧାରିତ ଇକୋସିଷ୍ଟମରେ ପ୍ରାଣୀ ସ୍ୱାସ୍ଥ୍ୟ ଓ ଉତ୍ପାଦକତାରେ ଉନ୍ନତି ଉପରେ ଗୁରୁତ୍ୱ ଦିଆଯାଇଥିଲା।

ଏହି ତାଲିମରେ ଓଡିଶା ସରକାରଙ୍କ ମତ୍ସ୍ୟ ଏବଂ ପ୍ରାଣୀ ସମ୍ପଦ ବିକାଶ ଅଧୀନରେ ଓଡିଶାରେ ଚାରା ସମ୍ପଦ ବିକାଶ ଯୋଜନାରେ ଏକ ସମ୍ବଳ ଉତ୍ସ ନିର୍ମାଣ କରିବାର ଲକ୍ଷ୍ୟ ଥିଲା । କେନ୍ଦ୍ରୀୟ କୃଷିରତ ମହିଳା ସଂସ୍ଥାନ, ଭୁବନେଶ୍ୱରର ଡକ୍ଟର ବିଶ୍ୱନାଥ ସାହୁ, (ପ୍ରଧାନ ବୈଜ୍ଞାନିକ, ପ୍ରାଣୀପୋଷଣ) କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

 

Leave a Reply

Your email address will not be published. Required fields are marked *