ପାକିସ୍ତାନ ଆତଙ୍କବାଦୀ ଦେଶ, ଆମେରିକା ଏବେ ହାତ ମିଳାଇଛି

ଇକୋନୋମିକ ଟାଇମ୍ସ ୱାଲର୍‌ଡ ଲିଡର୍ସ ଫୋରମ ୨୦୨୫ରେ ଆମେରିକା ଏବଂ ପାକିସ୍ତାନ ମଧ୍ୟରେ ବଢୁଥିବା ଘନିଷ୍ଠତା ବିଷୟରେବୈଦେଶିକ ମନ୍ତ୍ରୀ  ଏସ ଜୟଶଙ୍କର କହିଛନ୍ତି । ପାକିସ୍ତାନ ହେଉଛି ଆତଙ୍କାବଦକୁ ସମର୍ଥନ ଦେଉଥିବା ଦେଶ ।  ସେମାନଙ୍କର ପରସ୍ପର ସହିତ ଏକ ଇତିହାସ ଅଛି  ।

ସେହି ଇତିହାସକୁ ଅଣଦେଖା କରାଯାଇପାରିବ ନାହିଁ । ପାକିସ୍ତାନରେ ଓସମାବିନ ଲାଡେନ ରହୁଥିଲା ।  ସେମାନଙ୍କର ଆତଙ୍କବାଦ ଇତିହାସ ଅଛି। ଏହା ପ୍ରଥମ ଥର ନୁହେଁ ଯେତେବେଳେ ଆମେ ଏପରି ଜିନିଷ ଦେଖିଛୁ। ଆଜି ଏକ ସେନା ସେଠାରେ କାହାକୁ ପ୍ରମାଣପତ୍ର ଦେଉଛି, ସେହି ସେନା କିଛି ବର୍ଷ ପୂର୍ବରୁ ଆବୋଟାବାଦରେ ପ୍ରବେଶ କରିଥିଲା। ସମସ୍ତେ ଜାଣନ୍ତି ଯେ ସେଠାରେ ଲାଡେନ  ମିଳିଥିଲା।’
ଅପରେଶନ ସିନ୍ଦୂର ଉପରେ ଟ୍ରମ୍ପଙ୍କ ଦାବିକୁ ପ୍ରତ୍ୟାଖ୍ୟାନ କରି ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ ଯେତେବେଳେ ଯୁଦ୍ଧ ହୁଏ, ପ୍ରତ୍ୟେକ ଦେଶ ପରସ୍ପର ସହିତ କଥା ହୁଏ।

ସେ କହିଛନ୍ତି ଯେ ପାକିସ୍ତାନୀ ସାମରିକ ଘାଟିଗୁଡ଼ିକୁ ସଠିକ ଟାର୍ଗେଟ କରିବା ପରେ ଇସଲାମାବାଦ ଯୁଦ୍ଧବିରତି ପାଇଁ ଅନୁରୋଧ କରିଥିଲା। ସେ କହିଛନ୍ତି, ‘ଏହା ସତ୍ୟ ଯେ ସେହି ସମୟରେ ଫୋନ କଲ କରାଯାଇଥିଲା। ଆମେରିକା ଏବଂ ଅନ୍ୟାନ୍ୟ ଦେଶରୁ ମଧ୍ୟ କଲ କରାଯାଇଥିଲା।

ଏହା କୌଣସି ଗୁପ୍ତ କଥା ନୁହେଁ। ଇସ୍ରାଏଲ-ଇରାନ ଏବଂ ରୁଷିଆ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ସମୟରେ ମଧ୍ୟ ମୁଁ କଲ କରିଥିଲି। ଏହା କିଛି ନୂଆ ନୁହେଁ।’