ଓଡ଼ିଶାରେ ପୁଞ୍ଜିନିବେଶ କରିବାକୁ ଆହ୍ବାନ ଦେଲେ ରାଜ୍ୟ ସରକାର

ଓଡ଼ିଶାରେ ପୁଞ୍ଜିନିବେଶ କରିବାକୁ ଆହ୍ବାନ ଦେଲେ ରାଜ୍ୟ ସରକାର  ।  ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଗଠନ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ସ୍ବତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ପୂର୍ତ୍ତି ବେଳକୁ ଓଡ଼ିଶାକୁ ୧.୫ ଲକ୍ଷ କୋଟି ଡଲାର ଅର୍ଥନୀତିରେ ପରିଣତ କରାଯିବ ବୋଲି  ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ଏହାକ କହିଛନ୍ତି କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । ଏଥି ସହିତ ଓଡ଼ିଶାରେ ପୁଞ୍ଜିନିବେଶ କରିବାକୁ ସେ ନିବେଶକମାନଙ୍କୁ ଆହ୍ବାନ ଦେଇଛନ୍ତି। ନିବେଶକମାନଙ୍କୁ ସ୍ବଳ୍ପକାଳୀନ ପ୍ରୋତ୍ସାହନ ଦେବା ବଦଳରେ ଦୀର୍ଘକାଳୀନ ସୁବିଧା ଯୋଗାଇ ଦେବା ଉପରେ ସେ ଜୋର୍ ଦେଇଛନ୍ତି।

କୃଷି ପର୍ଯ୍ୟଟନ ସମ୍ଭାବନାକୁ ମଧ୍ୟ ରାଜ୍ୟ ସରକାର ସନ୍ଧାନ କରୁଥିବା ସେ ଜଣାଇଛନ୍ତି। ଅନେକ ଐତିହ୍ୟ ସ୍ଥଳ ଥିବାରୁ କେବଳ ବିଦେଶୀ ନୁହେଁ, ଭାରତୀୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଦିଗରେ ସରକାର କାମ କରୁଛନ୍ତି।

Leave a Reply

Your email address will not be published. Required fields are marked *