ନବୀନଙ୍କ ସହ କଥା ହେଲେ ରାଜନାଥ, ବିଜେଡି କାହାକୁ ସମର୍ଥନ ଦେବ ?

ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡି କାହାକୁ ସମର୍ଥନ ଦେବ? ତାହା ଏବେ ସ୍ପଷ୍ଟ ହୋଇନାହିଁ । ଏନ୍‌ଡିଏ ପ୍ରାର୍ଥୀ ଘୋଷଣା କରିସାରିଛି। ମହାରାଷ୍ଟ୍ରର ରାଜ୍ୟପାଳ ସି ପି ରାଧାକ୍ରିଷ୍ଣନ୍‌ ଏନ୍‌ଡିଏର ପ୍ରାର୍ଥୀ ହୋଇଥିବାରୁ ବିଜେଡି ତାଙ୍କୁ ସମର୍ଥନ ଦେଇପାରେ । ତାଙ୍କୁ ସର୍ବସମ୍ମତ ପ୍ରାର୍ଥୀ କରିବାକୁ ବିଜେପି ପକ୍ଷରୁ ଉଦ୍ୟମ ହୋଇଛି। ଏନ୍‌ଡିଏ ବାହାରେ ଥିବା ସମସ୍ତ ଦଳ ସହ କଥା ହେବା ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଦାୟିତ୍ବ ‌ଦିଆଯାଇଛି। ଶ୍ରୀ ସିଂହ ଆଜି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ସହ କଥା ହୋଇ ବିଜେଡିର ସମର୍ଥନ ଲୋଡ଼ିଛନ୍ତି। ବିଜେଡି ପକ୍ଷରୁ ଏ ନେଇ ବିଧିବଦ୍ଧ ଭାବେ କୌଣସି ସୂଚନା ଦିଆଯାଇ ନଥିଲେ ବି ଜାତୀୟ ଗଣମାଧ୍ୟମରେ ଏହି ବାର୍ତ୍ତାଳାପ ସମ୍ପର୍କରେ ଆଲୋଚନା ଚାଲିଛି। ସେପଟେ ଇଣ୍ଡିଆ ବ୍ଲକ୍ ପକ୍ଷରୁ କାହା ନାମ ଘୋଷଣା ହୋଇନାହିଁ ।