ମୌସୁମୀ ଋତୁରେ ଗୋଷ୍ଠୀ ସ୍ବାସ୍ଥ୍ୟସେବାକୁ ଦୃଢ଼ କରିବା ଲାଗି ବେଦାନ୍ତ ଆଲୁମିନିୟମ ପକ୍ଷରୁ ଭ୍ରାମ୍ୟମାଣ ସ୍ବାସ୍ଥ୍ୟସେବା ଜାରି

ରାୟଗଡ଼ା ଓ କଳାହାଣ୍ଡିରେ ମୌସୁମୀ ଋତୁରେ ଗୋଷ୍ଠୀ ସ୍ବାସ୍ଥ୍ୟସେବାକୁ ଦୃଢ଼ କରିବା ଲାଗି ବେଦାନ୍ତ ଆଲୁମିନିୟମ ପକ୍ଷରୁ ଭ୍ରାମ୍ୟମାଣ ସ୍ବାସ୍ଥ୍ୟସେବା ୟୁନିଟ୍ କାର୍ୟ୍ୟକାରୀ କରାଯାଇଛି। ପ୍ରତ୍ୟେକ ୟୁନିଟ୍ରେ ଜଣେ ଡାକ୍ତର, ନର୍ସ, ଲ୍ୟାବ୍ ଟେକ୍ନିସିଆନ୍ ଓ ଫାର୍ମାସିଷ୍ଟ ରହିଛନ୍ତି। ମୌସୁମୀ ଋତୁରେ ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରିବା ସମ୍ପର୍କରେ ସେଚେତନତା ସୃଷ୍ଟି କରିବା ଲାଗି ୮୦ ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍ଏଚଜି) ମହିଳାଙ୍କ ସହ ଏକ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ରାୟଗଡ଼ା ଓ କଳାହାଣ୍ଡିରେ ବେଦାନ୍ତ ଆଲୁମିନିୟମ୍ ୨୦,୦୦୦ରୁ ଅଧିକ ବାସିନ୍ଦାଙ୍କୁ ଗୁଣାତ୍ମକ ସ୍ବାସ୍ଥ୍ୟସେବା ପ୍ରଦାନ କରିଛି। ବେଦାନ୍ତ ଆଲୁମିନିୟମର ସିଇଓ ରାଜୀବ କୁମାର କହିଛନ୍ତି ଯେ ବେଦାନ୍ତ ଆଲୁମିନିୟମରେ ଆମେ ସକ୍ରିୟ ସ୍ୱାସ୍ଥ୍ୟ ହସ୍ତକ୍ଷେପ ପାଇଁ ପ୍ରତିବଦ୍ଧ। ଆମର ପଦକ୍ଷେପଗୁଡ଼ିକ ଋତୁକାଳୀନ ଆହ୍ବାନର ମୁକାବିଲା କରିବା ବ୍ୟତୀତ ଦୀର୍ଘକାଳୀନ କଲ୍ୟାଣକୁ ସୁଦୃଢ଼ କରିବା, ସଚେତନତା ବଢ଼ାଇବ ଏବଂ ସମସ୍ତଙ୍କ ପାଇଁ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ କରିବ।

Leave a Reply

Your email address will not be published. Required fields are marked *