ଝିଅମାନେ ନିଜକୁ ଜାଳି ଜୀବନ ହାରିବା ଅତ୍ୟନ୍ତ ଦୁଃଖଦାୟକ – ନବୀନ ପଟ୍ଟନାୟକ

ବରଗଡ ଗାଇସିଲଟ ବ୍ଲକରେ ୮ମ ଶ୍ରେଣୀ ଛାତ୍ରୀ ଆତ୍ମାହୁତି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଛାତ୍ରୀଙ୍କ ବିୟୋଗରେ ଶୋକ ସନ୍ତପ୍ତ ପରିବାରକୁ ଆଶ୍ଵାସନା ଦେବା ସହ କହିଛନ୍ତି ଝିଅମାନେ ନିଜକୁ ଜାଳି ଜୀବନ ହାରିବା ଅତ୍ୟନ୍ତ ଦୁଃଖଦାୟକ। କେବଳ ଗୋଟିଏ ଦୁଃଖଦ ଘଟଣା ନୁହେଁ , ପ୍ରତିଟି ଘଟଣା ସେମାନଙ୍କ ନ୍ୟାୟ ପାଇଁ ଆର୍ତ୍ତ ଚିତ୍କାରର ବିଫଳତାକୁ ପ୍ରତିଫଳିତ କରୁଛି। ଯେଭଳି ଭାବେ ଝିଅମାନେ ନିଜକୁ ଜାଳି ଦେଉଛନ୍ତି। ଏହା ସମସ୍ତଙ୍କୁ ବିଚଳିତ କରୁଛି। ମାସକ ମଧ୍ୟରେ ୪ ଜଣ ଯୁବତୀ ନିଜକୁ ଜାଳି ଦେଇଛନ୍ତି। କେବଳ ଏହି ୪ଟି ଘଟଣା ନୁହେଁ , ଏଭଳି ଅନେକ ଘଟଣା ଘଟୁଛି। ଯେଉଁଥିରେ ଅନେକ ଝିଅ ଅପରାଧର ଶିକାର ହେଉଛନ୍ତି। ତେଣୁ ଏଭଳି ହୃଦୟ ବିଦାରକ ଘଟଣାକୁ ବନ୍ଦ କରିବାକୁ ରାଜ୍ୟ ସରକାର ଆଉ କେତେ ଦିନ ନେବେ ବୋଲି ପ୍ରଶ୍ନ କରିଛନ୍ତି ନବୀନ।