ଆରପାରିରେ ଜେଏମ୍ଏମ୍ର ତୁଙ୍ଗ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନ । ୮୧ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି ।ଆସନ୍ତାକାଲି ପୈତୃକ ବାସଭବନରେ ହେବ ଅନ୍ତିମ ସଂସ୍କାର । ଶିବୁ ସୋରେନ ଥିଲେ ଆଦିବାସୀଙ୍କ ଆସ୍ଥା, ବିଶ୍ବାସ, ଅଧିକାର ଲଢ଼େଇର ମହାନାୟକ । କେବେ ଜଙ୍ଗଲ, ଜମି ରକ୍ଷା ପାଇଁ ସଂଗ୍ରାମ କରୁଥିଲେ ତ ପୁଣି କେବେ ଅଧିକାରର ଲଢ଼େଇ ପାଇଁ ଜେଲ୍ ଯାଇଥିଲେ । ଝାଡ଼ଖଣ୍ଡ ରାଜନୀତିର ସବୁଠୁ ବଡ଼ ଚେହେରା ଶିବୁ ସୋରେନ । ସମସ୍ତଙ୍କ ଗହଣରେ ଗୁରୁଜୀ ଭାବେ ଜଣାଉଥିବା ଶିବୁ ସୋରେନଙ୍କ ୮୧ବର୍ଷ ବୟସରେ ପରଲୋକ ରାଜନୀତିରେ ବଡ ଶୂନ୍ୟସ୍ଥାନ ସୃଷ୍ଟି କରିଛି । ଦିଲ୍ଲୀ ଗଙ୍ଗାରାମ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି । କାଲି ଝାଡ଼ଖଣ୍ଡ ରାମଗଢ଼ ସ୍ଥିତି ପୈତୃକ ବାସଭବନରେ ହେବ ଅନ୍ତିମ ସଂସ୍କାର ।









