ଦେବସ୍ନାନ ପୂର୍ଣ୍ଣିମା ନୀତି ନିର୍ଘଣ୍ଟ

ଦେବସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁ ଭକ୍ତ ସମ୍ମୁଖରେ ସ୍ନାନ କରି ହାତୀବେଶରେ ଦର୍ଶନ ଦେବେ। ଏଥିପାଇଁ ସ୍ନାନମଣ୍ଡପକୁ ରଙ୍ଗ ଦେଇ ସୁସଜ୍ଜିତ କରାଯାଇଛି। ଭକ୍ତମାନଙ୍କ ଲାଗି ସ୍ନାନଯାତ୍ରା ଦେଖିବା ପାଇଁ ଏଥର ମାର୍କେଟ୍‌ ଛକ ନିକଟରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ବ୍ୟାରିକେଡ୍‌ ବ୍ୟବସ୍ଥା କରାଯାଇଛି। ଯେପରି ଭକ୍ତମାନେ ଶ୍ରୀମନ୍ଦିର ସମ୍ମୁଖରେ ପହଞ୍ଚିବା ପର୍ଯ୍ୟନ୍ତ ଖରାରେ ଆଉଟୁ ପାଉଟୁ ନହୁଅନ୍ତି ଏବଂ ବର୍ଷାରେ ନ ଭିଜନ୍ତି ସେଥିଲାଗି ସ୍ବତନ୍ତ୍ର ବ୍ୟାରିକେଡ୍‌ ସହ ଛାମୁଡ଼ିଆ ବନ୍ଦୋବସ୍ତ କରାଯାଇଛି।

  • ଭୋର ୪ଟା ୩୦: ମଙ୍ଗଳାର୍ପଣ
  • ସକାଳ ୫ଟାରୁ ୭ଟା: ଡୋରଲାଗି ଓ ପୁଷ୍ପାଞ୍ଜଳି ହୋଇ ପହଣ୍ଡି
  • ସକାଳ ୯ଟା: ମଙ୍ଗଳ ଆଳତି
  • ୯ଟା ୧୫: ମଇଲମ
  • ୯ଟା ୨୫: ତଡ଼ପ ଲାଗି
  • ୯ଟା ୪୫: ଅଧର ପୋଛା
  • ୧୦ଟା ୨୦: ଅବକାଶ
  • ୧୦ଟା ୩୦: ରୋଷହୋମ
  • ୧୦ଟା ୫୫: ସୂର୍ଯ୍ୟପୂଜା
  • ୧୧ଟା ୧୦: ଦ୍ବାରପାଳ ପୂଜା
  • ୧୧ଟା ୨୫: ବେଶ ଶେଷ
  • ମଧ୍ୟାହ୍ଣ ୧୨ଟାରୁ ଅପରାହ୍‌ଣ ୨ଟା: ଜଳ ବିଜେ, ପୂଜା, ସ୍ନାନ
  • ଅପରାହ୍‌ଣ ୨ଟା ୩୦: ମଇଲମ, ମେକାପ, ସର୍ବାଙ୍ଗ, ନୂଆଲୁଗା ଲାଗି‌ ବେଶ
  • ଅପରାହ୍‌ଣ ୩ଟା ୩୦: ଛେରା ପହଁରା
  • ଅପାରହ୍‌ଣ ୪ଟାରୁ ୫ଟା: ହାତୀବେଶ
  • ସନ୍ଧ୍ୟା ୫ଟା ୩୦ରୁ ୭ଟା ୩୦: ଘଣ୍ଟଛତା ସକାଳଧୂପ
  • ରାତି ୮ଟା: ଦକ୍ଷିଣିଘର ଭୋଗ
  • ରାତି ୭ଟା ୩୦ରୁ ୯ଟା ୩୦: ସାହାଣମେଳା
  • ରାତି ୧୦ଟା: ହାତୀବେଶ ମଇଲମ
  • ରାତି ୧୦ଟା ୩୦: ପୁଷ୍ପାଞ୍ଜଳି ଓ ଡୋରଲାଗି
  • ରାତି ୧୧ଟାରୁ ୨ଟା: ବାହୁଡ଼ା ପହଣ୍ଡି
  • ରାତି ୨ଟା ୩୦: ସୁନା ଚିତା ଓ ରାହୁରେଖା ମଇଲମ