ଭାରତୀୟ ସମାଜରେ ପାରମ୍ପାରିକ ବିବାହ ବ୍ୟବସ୍ଥା ଓ ମୂଲ୍ୟବୋଧକୁ ଅଣଦେଖା କରି ପାଶ୍ଚାତ୍ୟ ସଂସ୍କୃତିକୁ ଆପଣାଇବା ଫଳରେ ଅନେକ ସାମାଜିକ ସମସ୍ୟା ସୃଷ୍ଟି ହେଉଛି। ବୟସର ପାର୍ଥକ୍ୟ, ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଓ ପାଶ୍ଚାତ୍ୟ ପ୍ରଭାବ ଏହି ସମସ୍ୟାକୁ ଆହୁରି ଜଟିଳ କରୁଛି।
ସମାଜରେ ସୁସ୍ଥ ଦାମ୍ପତ୍ୟ ଜୀବନ ପାଇଁ ପାରମ୍ପାରିକ ମୂଲ୍ୟବୋଧ ଓ ଆଧୁନିକତା ମଧ୍ୟରେ ସନ୍ତୁଳନ ଆବଶ୍ୟକ। ପାରମ୍ପାରିକ ବିବାହ ବ୍ୟବସ୍ଥାକୁ ସେତେ ସମ୍ମାନ ମିଳୁନାହିଁ । ଆଜିକାଲି ଭାରତୀୟ ସମାଜରେ ଅନେକ ସାମାଜିକ ସମସ୍ୟା ଦେଖାଦେଉଛି । ଏହାର କାରଣ ପ୍ରେମ ଓ ବ୍ରେକ ଅପ୍ । ଯାହା ପୂର୍ବେ ବିରଳ ଥିଲା। ପରକୀୟା ସମ୍ପର୍କ ପାଇଁ ଅନେକ ଜୀବନ ଯାଉଛି । ବିବାହ ପରେ ଛାଡ଼ପତ୍ର ଭଳି ସମସ୍ୟା ଏବେ ସାଧାରଣ ହୋଇଗଲାଣି । ପ୍ରେମ ପରେ ପ୍ରତାରଣା ଯାହା
ପିଲାମାନେ ଭାରତୀୟ ସଂସ୍କୃତି ଓ ପାରମ୍ପାରିକ ବିବାହ ବ୍ୟବସ୍ଥାରୁ ବିମୁଖ ହେବାରେ ଲାଗିଛନ୍ତି । ଆଧୁନିକତା ନାମରେ ଯୁବପିଢ଼ି ପାଶ୍ଚାତ୍ୟ ଜୀବନଶୈଳୀକୁ ଆପଣାଇବାରେ ଲାଗିଛନ୍ତି । ଦିନ ଥିଲା ପାରମ୍ପାରିକ ଭାରତୀୟ ବିବାହ ବ୍ୟବସ୍ଥାରେ ବୟସର ପାର୍ଥକ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ଥିଲା। ଆଜିକାଲି ଝିଅମାନଙ୍କର ବିବାହ ବିଳମ୍ବରେ ହେଉଛି । ଯାହା ଫଳରେ ସମାଜରେ ଏହାର କୁପ୍ରଭାବ ପଢ଼ୁଛି । ଦାମ୍ପତ୍ୟ ଜୀବନରେ ବିବାଦ ସୃଷ୍ଟି କରୁଛି ।
ଭାରତର ପାରମ୍ପାରିକ ଶିକ୍ଷା ବ୍ୟବସ୍ଥା ନୈତିକତା, ସଂସ୍କୃତି ଓ ପରିବାରିକ ମୂଲ୍ୟବୋଧ ଉପରେ ଆଧାରିତ ଥିଲା। କିନ୍ତୁ ଆଧୁନିକ ଶିକ୍ଷା ଯୁବପିଢ଼ିଙ୍କ ମନରେ ପାରମ୍ପାରିକ ବିବାହ ବ୍ୟବସ୍ଥା ପ୍ରତି ଅନାସ୍ଥା ସୃଷ୍ଟି କରିଛି। ଫଳସ୍ୱରୂପ, ବିବାହ-ପୂର୍ବ ସମ୍ପର୍କ ଓ ପ୍ରେମ ବିବାହ ବୃଦ୍ଧି ପାଇଛି । ଯାହା ଅନେକ କ୍ଷେତ୍ରରେ ଅସ୍ଥିର ଦାମ୍ପତ୍ୟ ଜୀବନର କାରଣ ହେଉଛି। ଭାରତୀୟ ବିବାହ ବ୍ୟବସ୍ଥାରେ ବର୍ଣ୍ଣ, ଗୋତ୍ର, ଚରିତ୍ର, ସ୍ୱାସ୍ଥ୍ୟ ଓ ରୋଜଗାର ଭଳି ବିଷୟଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଥିଲା । କିନ୍ତୁ ଏବେ ଏଗୁଡ଼ିକୁ କେହି ମାନୁନାହାଁନ୍ତି ।









