ବୋର୍ଡ ନିଗମ ପଦବୀ ପୂରଣ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନୂଆଦିଲ୍ଲୀ ଗସ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ସେ କହିଛନ୍ତି, ଏହି ଅବସରରେ ବିଜେପିର କେନ୍ଦ୍ରୀୟ ନେତୃତ୍ବଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଏହା ଏକ ସ୍ୱାଭାବିକ ପ୍ରକ୍ରିୟା ।ମନ୍ତ୍ରୀ ସୁରେଶ ପୂଜାରୀ ଆହୁରି କହିଛନ୍ତି, ଯେତେବେଳେ ରାଜ୍ୟ ନେତୃତ୍ଵ ଦିଲ୍ଲୀ ଗସ୍ତ କରିବେ, ନିଶ୍ଚିତ ଭାବେ କେନ୍ଦ୍ରୀୟ ନେତୃତ୍ବଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ। ବୋର୍ଡ ନିଗମ ପଦବୀ ପୂରଣ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ମହିଳା କମିସନ ଏବଂ ଶିଶୁ ଅଧିକାର ଅଧ୍ୟକ୍ଷ ପଦରୁ ଆରମ୍ଭ ହୋଇଛି ପ୍ରକ୍ରିୟା। ଆଗକୁ ବୋର୍ଡ ନିଗମ ଅନ୍ୟ ପଦପଦବି ଲାଗି ମଧ୍ୟ ମଧ୍ୟ ବ୍ୟକ୍ତିଙ୍କ ନାମ ଘୋଷଣା ହେବ। ସେହିପରି ନିଗମ ବୋର୍ଡରେ ଥିବା ଅନ୍ୟାନ୍ୟ ପଦବୀଗୁଡିକୁ ମଧ୍ୟ ପୁରଣ କରାଯିବ।

Leave a Reply

Your email address will not be published. Required fields are marked *