ବାଲେଶ୍ବର: ପଶ୍ଚିମବଙ୍ଗରେ ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ। ସେ କହିଛନ୍ତି,
ପଶ୍ଚିମବଙ୍ଗରେ ଘଟିଥିବା ଘଟଣା ଅତ୍ୟନ୍ତ ଗମ୍ଭୀର ଏବଂ ଚିନ୍ତାଜନକ। ବାରମ୍ବାର ଏପରି ଘଟଣା ସାମ୍ନାକୁ ଆସୁଛି। ସରକାର ଏହାକୁ ପ୍ରତିହତ କରିପାରିନାହାନ୍ତି କିମ୍ବା ତ୍ୱରିତ ପ୍ରତିକାର ମଧ୍ୟ କରିପାରୁନାହାନ୍ତି। ପଶ୍ଚିମବଙ୍ଗ ଏବେ ଆତଙ୍କବାଦୀ ଏବଂ ଅନୁପ୍ରବେଶକାରୀ ମାନଙ୍କର ଆଡ୍ଡାସ୍ଥଳୀ ପାଲଟିଛି। ସରକାରୀ ପ୍ରୋତ୍ସାହନରେ ଆତଙ୍କବାଦୀ କାର୍ଯ୍ୟକଳାପ ଜାରୀ ରହିଛି। ଆଉ ସେହି ଆତଙ୍କବାଦୀଙ୍କ ପ୍ରତି ସମ୍ବେଦନଶୀଳ ଏବଂ କରୁଣାପରାୟଣ ଅଛନ୍ତି ସେଠିକା ସରକାର। କେତେ ଏଭଳି ନିରୀହ ଡାକ୍ତର ଛାତ୍ରୀ ବଳି ପଡ଼ିବେ। ଅନେକ ଅଭିଯୁକ୍ତ ଏବେ ବି ଧରାପଡ଼ିନାହାନ୍ତି।









