ଚାଷୀଙ୍କୁ ମିଳିଲା ସିଏମ୍ କିଷାନ ଯୋଜନାର ତୃତୀୟ କିସ୍ତି

 

୨୦୨୫-୨୬ ରବି ଋତୁ ପାଇଁ ଚାଷୀମାନଙ୍କୁ ସିଏମ-କିଷାନ ସହାୟତା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି । ଓୟୁଏଟିରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ରାଜ୍ୟର ୫୧ ଲକ୍ଷ ଚାଷୀଙ୍କୁ ସିଏମ କିଷାନ ସହାୟତା ରାଶି ଡିବିଟି ଜରିଆରେ ପ୍ରଦାନ କରିଛନ୍ତି । ସିଏମ କିଷାନର ତୃତୀୟ କିସ୍ତି ଭାବେ ପ୍ରତି ଚାଷୀଙ୍କୁ ୨ ହଜାର ଟଙ୍କାର ସହାୟତା ମିଳିଛି। ଏଥିପାଇଁ ଖର୍ଚ୍ଚ ହେବ ୧୦୪୧ କୋଟି ଟଙ୍କା। ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ସହ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଉପସ୍ଥିତ ଥିଲେ।

୨୮ ତାରିଖରେ ‘ନୂଆଁଖାଇ’ ପଡ଼ୁଥିବାରୁ ତାର ପୂର୍ବ ଦିନ ଏହା ପ୍ରଦାନ କରାଯାଇଛି। ପ୍ରତି ଚାଷୀଙ୍କ ବ୍ୟାଙ୍କଖାତାକୁ ସିଧାସଳଖ ୨ ହଜାର ଟଙ୍କା ଲେଖାଏଁ ପଠାଯାଇଛି। ଏହାଦ୍ବାରା ଓଡ଼ିଶାର ୫୨ ଲକ୍ଷ କ୍ଷୁଦ୍ର ଓ ନାମ ମାତ୍ର ଚାଷୀ ଉପକୃତ ହୋଇଛନ୍ତି। ମୋଟ ୧ ହଜାର ୪୧ କୋଟି ଟଙ୍କାର ସହାୟତା ରାଶି ଦିଆଯାଇଛି। ଏହି ଯୋଜନାରେ ରାଜ୍ୟ ସରକାର ଦୁଇଟି କିସ୍ତିରେ ୪ହଜାର ଟଙ୍କା ପ୍ରଦାନ କରିଥାନ୍ତି।

Leave a Reply

Your email address will not be published. Required fields are marked *