ଏସିଆ କପ୍‌ ଦଳ ଚୟନ ଆଜି

ଏସିଆ କପ୍‌ ପାଇଁ ଭାରତୀୟ ଟ୍ବେଣ୍ଟି-୨୦ ଦଳ ‌ଚୟନ ହେବ ।  ଅଭିଷେକ ଶର୍ମା ଓ ସଂଜୁ ସାମ୍‌ସନ୍‌ଙ୍କ ପରେ ତୃତୀୟ ଓପନର୍ କଥା ଉଠିଲେ ଗିଲ୍‌ଙ୍କ ନାମ ନିଶ୍ଚିତ ଆଗକୁ ଆସିପାରିବ। ଶୁବମନ ଗିଲ୍‌ଙ୍କ ସହ ମହମ୍ମଦ ସିରାଜ ବି ଦଳରେ ସ୍ଥାନ ନପାଇବା ଆଶଙ୍କା ରହିଛି।

ଯଶପ୍ରୀତ୍ ବୁମ୍‌ରା ଦଳର ବୋଲିଂ ନେତୃତ୍ବ ନେବା ପ୍ରାୟ ନିଶ୍ଚିତ ରହିଛି। ଅର୍ଶଦୀପ ସିଂହ, ପ୍ରସିଦ୍ଧ କୃଷ୍ଣା, ହର୍ଷିତ ରାଣାଙ୍କ ସହ ଅଲ୍‌ରାଉଣ୍ଡର୍‌ ହାର୍ଦିକ ପାଣ୍ଡ୍ୟାଙ୍କ ନାମ ଆଗରେ ରହିଛି। ଜିତେଶ ଶର୍ମା ଦ୍ବିତୀୟ ୱିକେଟ୍‌ରକ୍ଷକ ଭାବେ ଚୟନ ହେବା ସମ୍ଭାବନା ରହିଛି।

ତିଳକ ବର୍ମା, ସୂର୍ଯ୍ୟକୁମାର ୟାଦବ, ରିଙ୍କୁ ସିଂହ ନିଶ୍ଚିତ ଅଛନ୍ତି। ଆଉ ଗୋଟିଏ ବ୍ୟାଟିଂ ସ୍ଲଟ୍‌ ଫାଙ୍କା ଥିବାରୁ ଏହି ଦୌଡ଼ରେ ଶିବମ ଦୁବେ, ୱାସିଂଟନ୍ ସୁନ୍ଦର ଓ ଶ୍ରେୟସ ଆୟରଙ୍କ ନାମ ଦୌଡ଼ରେ ରହିଛି। ସ୍ପିନ୍ ବିଭାଗ ଉପଅଧିନାୟକ ଅକ୍ଷର ପଟେଲଙ୍କ ସହ କୁଲଦୀପ ୟାଦବ, ବରୁଣ ଚକ୍ରବର୍ତ୍ତୀ ଓ ରବି ବିଷ୍ଣୋଇ ସମ୍ଭାଳିବେ ବୋଲି ବିଶ୍ବାସ କରାଯାଉଛି।