ରାଜ୍ୟକୁ ପୁଣି ଫେରିଲା ଶୀତ ,  ୧୪ ତାରିଖ ଯାଏ ଶୀତ ଲହରୀ ଜାରି

ରାଜ୍ୟକୁ ପୁଣି ଫେରିଲା ଶୀତ ।  ୧୪ ତାରିଖ ଯାଏ ଶୀତ ଲହରୀ ଜାରି ।  ମୟୂରଭଞ୍ଜରେ ସର୍ବନିମ୍ନ ତାପମାତ୍ରା ୧ ଡିଗ୍ରୀକୁ ଖସିଲା ପାରଦ ।  ଶିମିଳିପାଳ ଅଭୟାରଣ୍ୟର ଉପର ବାରାକାମୁଡ଼ାରେ ତାପମାତ୍ରା ୧ଡିଗ୍ରୀ, ଗୁଡ଼ଗୁଡ଼ିଆରେ ତାପମାତ୍ରା ୩ ଡିଗ୍ରୀ କୁ ଖସିଛି ।  ଶିମିଳିପାଳର ବିଭିନ୍ନ ସ୍ଥାନରେ ତୁଷାରପାତ ହୋଇଛି ।

ଆଗାମୀ ଦୁଇ ଦିନ ଶୀତ ଲହରୀ ପାଇଁ ଝାରସୁଗୁଡା, ଅନୁଗୁଳ ଏବଂ ବୌଦ୍ଧକୁ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।  ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟକୁ ହାଡ଼ଭଙ୍ଗା ଶୀତ ଫେରିବା ସହ ଶୀତଲହରୀ ପରିସ୍ଥିତି ଲାଗି ରହିବ ବୋଲି ପୂର୍ବାନୁମାନ କରାଯାଇଛି । ଦେଶର ମଧ୍ୟଭାଗରେ ଗୁରୁଚାପ ବଳୟ ସକ୍ରିୟ ରହିଛି ।  ଉତ୍ତର ତଥା ଉତ୍ତର ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହ ରେ ତୀବ୍ରତା ଵୃଦ୍ଧି ହେବା ସହ ଜଳୀୟବାଷ୍ପର ପରିମାଣ ହ୍ରାସ ଯୋଗୁଁ ଶୀତର ପ୍ରକୋପ ଵୃଦ୍ଧି ସମ୍ଭାବନା ରହିଛି ।

ଅନ୍ୟପଟେ ଆଗାମୀ ୩ ରୁ ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ରାତି ତାପମାତ୍ରାରେ କୌଣସି ବିଶେଷ ପରିବର୍ତ୍ତନ ହେବ ନାହିଁ ।  କିନ୍ତୁ ୧ ରୁ ୨ ଡିଗ୍ରୀ ସେଲସିୟସ ଖସିପାରେ ରାତି ତାପମାତ୍ରା ।  ଗତ ୨୪ ଘଣ୍ଟା ମଧ୍ୟରେ ରାତ୍ରି ତାପମାତ୍ରା ଖସିଛି । ରାଉରକେଲାରେ ସର୍ବନିମ୍ନ ୬.୭ ଡ଼ିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି ।

Leave a Reply

Your email address will not be published. Required fields are marked *