ଆଇଫୋନ ୧୭ ପ୍ରତି ଯୁବପିଢ଼ିଙ୍କ ଦୁର୍ବଳତା ଓ ଆକର୍ଷଣ ଏତେ ମାତ୍ରାରେ ରହିଛି ଯେ ଭୋକ ଉପାସ ଓ ଅନିଦ୍ରା ହୋଇ ଫୋନ ଖଣ୍ଡେ କିଣିବାକୁ ଚାତକ ପରି ଚାହିଁ ରହିଥିଲେ ଲୋକେ । ଦିଲ୍ଲୀ ଓ ମୁମ୍ବାଇରେ କିଣିବାକୁ ପ୍ରବଳ ଗହଳି । ଆଇଫୋନ ୧୭ର ଭିଡ଼ ଭିତରେ ମାଡ଼ଗୋଳ ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି । ମୁମ୍ବାଇରେ ନିୟନ୍ତ୍ରଣ ବାହାରେ ଭିଡ଼ ଲାଗିବା ସହ ଫୋନଖଣ୍ଡେ କିଣିବାକୁ ପିଟାପିଟି ମଧ୍ୟ ହୋଇଛନ୍ତି ଗ୍ରାହକ । କିଛି ଗ୍ରାହକ ପ୍ରି-ବୁକିଂରେ ମଧ୍ୟ ଫୋନ ପାଇଛନ୍ତି ।
ଆଇଫୋନ ସିରିଜର ଭଳିକି ଭଳି ମଡେଲର ଦାମ ୮୨ ହଜାରରୁ ଆରମ୍ଭ ହୋଇ ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି । ଯେଉଁଥିରେ ୫ଟି କଲର ସହ ରହିଛି ଆଇଫୋନ ୧୭, ଆଇଫୋନ ଏୟାର, ଆଇଫୋନ ୧ ୭ ପ୍ରୋ, ଆଇଫୋନ ୧୭ ପ୍ରୋ ମାକ୍ସ ମଡେଲ । କର୍ଣ୍ଣାଟକ, ବେଙ୍ଗାଲୁରୁ ଓ ତାମିଲନାଡ଼ୁ ସହ ୫ଟି ସ୍ଥାନରେ ଟାଟା ଓ ଆପଲ ମିଳିତଭାବେ ଉତ୍ପାଦନ ଆରମ୍ଭ କରିଛନ୍ତି ।
୨୦୨୨ରୁ ଚୀନ ବଜାର ଉପରେ କମ୍ ନିର୍ଭରଶୀଳ ହୋଇ ଆମେରିକୀୟ କମ୍ପାନୀ ଆପଲ୍ ଭାରତୀୟ ବଜାରରେ ପ୍ରବେଶ କରିଛି । ଯାହା ୟୁରୋପ୍ ବଜାର ଆବଶ୍ୟକତାକୁ ଶୀଘ୍ର ଓ କମ୍ ମୂଲ୍ୟର ପୂରା କରିବାକୁ ଲକ୍ଷ୍ୟ ରଖିଛି । ତେବେ ସୋସିଆଲ ମିଡିଆରେ କ୍ରେଜ ପାଇଁ ଏହାକୁ କିଣିବାକୁ ଅଧିକ ଲୋକ ଚାହୁଁଛନ୍ତି









