ଆଉ ନାହାନ୍ତି ବଲିଉଡ ବର୍ଷିୟାନ ଅଭିନେତା ଧର୍ମେନ୍ଦ୍ର

ଚାଲିଗଲେ ହି-ମ୍ୟାନ୍। ଆଉ ନାହାନ୍ତି ବଲିଉଡ ବର୍ଷିୟାନ ଅଭିନେତା ଧର୍ମେନ୍ଦ୍ର ।  ୮୯ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଧର୍ମେନ୍ଦ୍ର । ସୋମବାର ବ୍ରିଜ୍ କ୍ୟାଣ୍ଡି ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ଅଭିନେତାଙ୍କ ମୃତ୍ୟୁ ଖବର ଶୁଣି ବଲିଉଡରେ ଶୋକର ଛାୟା ଖେଳିଯାଇଛି ।

ସୂଚନା ଥାଉକି,  ବର୍ଷିଆନ୍‌ ଅଭିନେତା ଧର୍ମେନ୍ଦ୍ରଙ୍କର  ସ୍ୱାସ୍ଥ୍ୟାବସ୍ଥା ଅଚାନକ ବିଗିଡ଼ି ଯିବାରୁ ସୋମବାର ତାଙ୍କୁ ମୁମ୍ବାଇର  ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି  କରାଯାଇଥିଲା । ଶ୍ୱାସକ୍ରିୟାରେ ସମସ୍ୟା ଯୋଗୁ ତାଙ୍କୁ ସେଠାରେ ଆଇସିୟୁରେ ଭେଣ୍ଟିଲେଟର ସପୋର୍ଟରେ  ରଖାଯାଇଥିଲା। ଡାକ୍ତରଙ୍କ ଟିମ୍‌  ଲଗାତର ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର  ରଖିଥିଲେ । ଆଗାମୀ ୭୨ ଘଣ୍ଟା ତାଙ୍କ ପାଇଁ  ଅତି ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ। ହେଲେ ମଙ୍ଗଳବାର ସକାଳେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ଦେହାନ୍ତ ହୋଇଛି। ପତ୍ନୀ  ହେମାମାଳିନୀ ହସ୍ପିଟାଲରେ ଥିବା ବେଳେ ତାଙ୍କର ଦୁଇ ଝିଅଙ୍କୁ  ଆମେରିକାରୁ ଡକାଯାଇଛି ।  ପ୍ରକାଶ ଥାଉକି, ନିକଟରେ ଧର୍ମେନ୍ଦ୍ରଙ୍କର  ଅପ୍‌କମିଂ ଫିଲ୍ମ ‘ଇକ୍କିସ୍‌’ର ଟ୍ରେଲର ରିଲିଜ୍‌ ହୋଇଥିଲା ।  ସେଥିରେ ସେ ଦମ୍‌ଦାର ଅଭିନୟ କରିଛନ୍ତି ।

Leave a Reply

Your email address will not be published. Required fields are marked *