ରୁଷର ଉପକୂଳବର୍ତ୍ତୀ ଅଞ୍ଚଳରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୮.୭ରେକର୍ଡ କରାଯାଇଛି । ଭୂମିକମ୍ପର କେନ୍ଦ୍ରସ୍ଥଳ କାମଚଟକା ଉପକୂଳ ନିକଟରେ ହୋଇଥିବା ସୂଚନା ମିଳିଛି । ତେବେ ତୀବ୍ର ଭୂମିକମ୍ପ ଝଟକା ପରେ ସୁନାମୀ ଆଲର୍ଟ ଜାରି କରାଯାଇଛି । ଜାପାନ ଓ ଆମେରିକାରେ ସୁନାମୀ ସତର୍କତା ଜାରି ହୋଇଛି ।
ଜାପାନ ପାଣିପାଗ ସଂସ୍ଥା ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଭୂମିକମ୍ପ ସକାଳୁ ସକାଳୁ ହୋଇଥିଲା ଏବଂ ଏହାର ତୀବ୍ରତା ୮.୭ ରେକର୍ଡ ହୋଇଥିଲା । ଏହା ଜାପାନର ପ୍ରଶାନ୍ତ ମହାସାଗରୀୟ ଉପକୂଳରେ ୩ମିଟର ପର୍ଯ୍ୟନ୍ତ ସୁନାମି ସତର୍କତା ଜାରି କରାଯାଇଛି ।