ବାରବାଟୀ T 20 ମ୍ୟାଚ ପାଇଁ ସରିଲା ଟିକେଟ ବିକ୍ରି

ଯିଏ ପାଇଲା ଖୁସ ଆଉ ଯିଏ ନ ପାଇଲା ମନ ଦୁଃଖ କରି ଘରକୁ ଫେରିଲା। ଇଣ୍ଡିଆ ଓ ସାଉଥ ଆଫ୍ରିକା ମଧ୍ୟରେ ଆସନ୍ତା ଡିସେମ୍ବର ୯ ତାରିଖରେ ଅନୁଷ୍ଠିତ ହେବାକୁ ଥିବା T 20 ମ୍ୟାଚ ପାଇଁ ଶୁକ୍ରବାର ଅଫଲାଇନ ଟିକେଟ ବିକ୍ରି କରାଯାଇଥିଲା। ସକାଳ ୯ଟାରେ ଟିକେଟ ବିକ୍ରି ହେବାକୁ ଥିବା ବେଳେ ଦିନ ୧୦ଟାରେ ଟିକେଟ ବିକ୍ରି ଆରମ୍ଭ ହୋଇଥିଲା।

ଗତକାଲି ଠାରୁ ହଜାର ହଜାର ଦର୍ଶକ ଟିକେଟ କାଟିବା ପାଇଁ ବାରବାଟୀ ଷ୍ଟାଡିୟମ ନିକଟର ପହଞ୍ଚିଥିଲେ। ଦିନ ସକାଳ ୧୦ ଠାରୁ ଆରମ୍ଭ ହୋଇଥିବା ଟିକେଟ ବିକ୍ରି ରାତି ୬ ଟା ୩୦ରେ ଶେଷ ହୋଇଥିଲା। ମୋଟ ଅଫଲାଇନ୍ ମୋଡରେ ୫ଟି କାଉଣ୍ଟରରେ ବିକ୍ରି କରାଯାଇଥିଲା। ଟିକେଟ ବିକ୍ରି ପାଇଁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ମୋଟ କାଉଣ୍ଟର ରେ ବିଭିନ୍ନ ଗ୍ୟାଲେରୀ ର ୧୦ ହଜାର ୧୦ ଟି ଟିକେଟ ବିକ୍ରୀ ହୋଇଥିଲା। ଚଳିତ ବର୍ଷ ସଂପୂର୍ଣ୍ଣ ଭାବେ ସୁରୁଖୁରୁରେ ଟିକେଟ ବିକ୍ରୀ ହୋଇଛି ବୋଲି କହିଛନ୍ତି ଓସିଏ ସିଇଓ ସୁବ୍ରତ ବେହେରା। ସେହିଭଳି ମ୍ୟାଚ ଓ ପ୍ରାକ୍ଟିସ ପାଇଁ ମଧ୍ୟ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। ଟିକେଟ କଳା ବଜାରୀ କଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି କଟକ ଡିସିପି।

ତେବେ ଟିକେଟ ସରିଯିବାରୁ ଅନେକ କ୍ରିକେଟ ପ୍ରେମୀ ଘରକୁ ଫେରିଛନ୍ତି। ସେହିଭଳି ଟିକେଟ ନପାଇ ଅନେକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଚଳିତ ବର୍ଷ ହୋଇଥିବା ଅବ୍ୟବସ୍ଥା ଯୋଗୁ ଦୂରଦୂରାନ୍ତରୁ ଆସି ଅନେକ ଲୋକେ ଅପେକ୍ଷା କରି ମଧ୍ୟ ଟିକେଟ ନନେଇ ଫେରିଥିବାରୁ ଦୁଃଖ ପ୍ରକାଶ କରିଛନ୍ତି। ଏତେ କମ ସଂଖ୍ୟକ ଟିକେଟ ବିକ୍ରିକୁ ନେଇ ଓସିଏ ଉପରେ ବର୍ଷିଲେ ନିରାଶ ହୋଇଥିବା ଟିକେଟ ପ୍ରେମୀ।

Leave a Reply

Your email address will not be published. Required fields are marked *