ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫିଟ୍ ଇଣ୍ଡିଆ ଅଭିଯାନର ବାର୍ତ୍ତା କପିଳାସ ହାଫ୍ ମାରାଥନରେ ପ୍ରତିଧ୍ୱନିତ ହେଉଛି- ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ସୁସ୍ଥ ଭାରତ ଗଢିବାର ଅଭିଯାନ – ‘ଫିଟ୍ ଇଣ୍ଡିଆ ମୁଭମେଣ୍ଟ’,  । ଏହା ଏକ ବିକଶିତ ରାଷ୍ଟ୍ର ପାଇଁ ସ୍ୱାସ୍ଥ୍ୟ ଏବଂ କ୍ରୀଡ଼ାର ଏକ ଦୃଢ ମୂଳଦୁଆର ଗୁରୁତ୍ବକୁ ପ୍ରୋତ୍ସାହିତ କରୁଛି । ଢେଙ୍କାନାଳ ଜିଲ୍ଲା ପ୍ରଶାସନ ଓ ଟାଟା ଷ୍ଟିଲ ମେରାମଣ୍ଡଳୀ ଦ୍ବାରା ଆୟୋଜିତ ହେବାକୁ ଯାଉଥିବା ଟାଟା ଷ୍ଟିଲ କପିଳାଶ ହାଫ୍ ମାରାଥନ୍ ଏହି ବାର୍ତ୍ତା ବହନ କରୁଛି ବୋଲି ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

ଆସନ୍ତା ଜାନୁଆରୀ ୧୦, ୨୦୨୬ ରେ ଢେଙ୍କାନାଳରେ କପିଳାସ ଅଭୟାରଣ୍ୟ ବଫର ଯୋନରେ ହେବାକୁ ଯାଉଥିବା ଏହି ହାଫ-ମାରାଥନ ଫିଟନେସ୍, ଖେଳୁଆଡ ମନୋଭାବକୁ ପ୍ରୋତ୍ସାହିତ କରିବ  । ଏହା ସହ ବନ୍ୟପ୍ରାଣୀ ବିଶେଷ କରି ହାତୀ ସଂରକ୍ଷଣନେଇ ସଚେତନତା ସୃଷ୍ଟି କରୁଛି। ଚଳିତ ବର୍ଷର ହାଫ-ମାରାଥନର ଏହି ତୃତୀୟ ସଂସ୍କରଣର ବିଶେଷତ୍ବ ହେଲା, ଭାରତର ସ୍ବାଧୀନତା ସଂଗ୍ରାମର ସର୍ବକନିଷ୍ଠ ବରପୁତ୍ର ଅମର ସହିଦ ବାଜି ରାଉତଙ୍କ ୧୦୦ ତମ ଜନ୍ମ ବାର୍ଷିକୀକୁ ଏହା ସ୍ମରଣ କରୁଛି । ବାଜି ରାଉତଙ୍କ ରୌରବର ଗାଥା ସହିତ କପିଳାସକୁ ବିଶ୍ୱ କ୍ରୀଡା ଏବଂ ପର୍ଯ୍ୟଟନ ମାନଚିତ୍ରରେ ଅଧିକ ପ୍ରଚାର ପ୍ରସାର କରିବାରେ ଏହା ସହାୟକ ହେବ। ବିଜେତାଙ୍କ ପାଇଁ ମୋଟ 9.64 ଲକ୍ଷ ଟଙ୍କାର ପୁରସ୍କାର ରାଶିଥିବା ଏହି ଦୌଡ଼ରେ ସାରା ଦେଶରୁ 5,000 ଅଧିକ ଧାବକ ଅଂଶଗ୍ରହଣ କରିବେ ବୋଲି ଆୟୋଜକ ଆଶା ରଖିଛନ୍ତି।

‘ଫିଟ୍ ଇଣ୍ଡିଆ’ ଅଭିଯାନ ସମସ୍ତ ନାଗରିକଙ୍କୁ ଦୈନନ୍ଦିନ ଜୀବନରେ ଶାରୀରିକ ଗତିବିଧିକୁ ଅନ୍ତର୍ଭୁକ୍ତ କରିବାକୁ ପ୍ରେରଣା ଦିଏ। କପିଳାସର ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ସୁସ୍ଥ ବାତାବରଣ ମଧ୍ୟରେ ଏହି ମାରାଥନ୍‌ ଆୟୋଜନ ହେବା ଏହି ବାର୍ତ୍ତାକୁ ଆହୁରି ମଜବୁତ କରିଛି।

ଅନୁଷ୍ଠାନର ଆୟୋଜକମାନେ କହିଛନ୍ତି ଯେ, ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ କେବଳ ଦୌଡ଼ ନୁହେଁ, ବରଂ ଲୋକଙ୍କୁ ସେମାନଙ୍କ ସ୍ୱାସ୍ଥ୍ୟ ଏବଂ ଫିଟ୍‌ନେସ୍ ପ୍ରତି ସଚେତନ କରିବା। ନିୟମିତ ବ୍ୟାୟାମ ଦ୍ୱାରା ଅଣ-ସଂକ୍ରାମକ ରୋଗ (NCDs)କୁ ରୋକାଯାଇପାରିବ।

Leave a Reply

Your email address will not be published. Required fields are marked *