ରାଜ୍ୟ କ୍ୟାବିନେଟର ୩୪ ତମ ବୈଠକ, ୮ ଟି ବିଭାଗର ୧୧ଟି ପ୍ରସ୍ତାବ ଆଗତ

ଆଜି ରାଜ୍ୟ କ୍ୟାବିନେଟର ୩୪ ତମ ବୈଠକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି    ।   ବୈଠକ ପରେ ମୁଖ୍ୟ ଶାସନ ସଚିବ  ଅନୁ ଗର୍ଗ କ୍ୟାବିନେଟ ବୈଠକରେ ନିଆଯାଇଥିବା  ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ  । କ୍ୟାବିନେଟ ବୈଠକରେ ମୋଟ ୮ ଟି ବିଭାଗର ୧୧ଟି ପ୍ରସ୍ତାବ ଆଗତ କରାଯାଇଥିଲା ଓ ସମସ୍ତ ପ୍ରସ୍ତାବ ଅନୁମୋଦନ ଲାଭ କରିଛି ବୋଲି  ଗଣମାଧ୍ୟମକୁ ସୂଚନା ଦେଇଥିଲେ ମୁଖ୍ୟ ଶାସନ ସଚିବ   ।  ତନ୍ମଧ୍ୟରେ ଶିଳ୍ପ ବିଭାଗ, ଗୃହ ( ସ୍ୱରାଷ୍ଟ୍ର)ବିଭାଗ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ପର୍ଯ୍ୟଟନ ବିଭାଗ, ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ଏବଂ ରାଜସ୍ବ ଆଦି ବିଭାଗ ପ୍ରତ୍ୟେକରୁ ଗୋଟିଏ ଲେଖାଏଁ, ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗର ୩ଟି ଏବଂ ଜଳସମ୍ପଦ ବିଭାଗର ୨ ଟି, ଏହିପରି ମୋଟ ୧୧ ଟି ପ୍ରସ୍ତାବ କ୍ୟାବିନେଟ ବୈଠକରେ ଆଗତ କରାଯାଇ ଆଲୋଚନା ପୂର୍ବକ ସମସ୍ତ ପ୍ରସ୍ତାବ ଅନୁମୋଦନ କରାଯାଇଥିବା ଜଣାଯାଇଛି   ।

Leave a Reply

Your email address will not be published. Required fields are marked *