ବାହୁବଳୀ ପାଇଁ ଶ୍ରୀଦେବୀଙ୍କୁ ବି ମିଳିଥିଲା ଅଫର । ସେ ମନା କରିଥିଲେ । ଶ୍ରୀଦେବୀଙ୍କ ସ୍ୱାମୀ ବୋନି କପୁର ଏକଥା କହିଛନ୍ତି । ବୋନି କପୁର କହିଛନ୍ତି ‘ ମୋ ପାଖରେ ଏବେ ବି ସେହି ମେସେଜ ଅଛି ଯେଉଁଥିରେ ରାଜମୌଲି କହିଥିଲେ ଯେ ସେ ଶ୍ରୀଦେବୀଙ୍କର ଜଣେ ବଡ ପ୍ରଶଂସକ। ତାଙ୍କୁ ଏହି ଅଫର ଦିଆଯାଇଛି । ତେବେ ପ୍ରଯୋଜକମାନଙ୍କ ଦ୍ୱାରା ସୃଷ୍ଟି ହୋଇଥିବା ଦ୍ୱନ୍ଦ୍ୱ ଯୋଗୁଁ ଶ୍ରୀଦେବୀ ଫିଲ୍ମରେ କାମ କରିପାରିଲେ ନାହିଁ।’
ବୋନି କହିଛନ୍ତି, ‘ଏସଏସ ରାଜମୌଲି ଆମ ଘରକୁ ଆସିଥିଲେ ଏବଂ ଆମେ ଫିଲ୍ମ ବିଷୟରେ ଆଲୋଚନା କରିଥିଲୁ। ଯେତେବେଳେ ରାଜମୌଲି ଚାଲିଯାଇଥିଲେ, ପ୍ରଯୋଜକମାନେ ତାଙ୍କୁ(ଶ୍ରୀଦେବୀ) ଇଙ୍ଗଲିଶ ଭିଙ୍ଗଲିଶ ପାଇଁ ପାଇଥିବା ଟଙ୍କାଠାରୁ ମଧ୍ୟ କମ୍ ଟଙ୍କା ପ୍ରଦାନ କରିଥିଲେ। ସେ ଜଣେ ସଂଘର୍ଷ କରୁଥିବା ଅଭିନେତ୍ରୀ ନଥିଲେ, ତେଣୁ ମୁଁ କାହିଁକି ଚାହିଁବି ଯେ ମୋ ସ୍ତ୍ରୀ କମ ଟଙ୍କାରେ ଏହି ଅଭିନୟ କରନ୍ତୁ?’
ବୋନି କପୁର ଆହୁରି କହିଛନ୍ତି, ପ୍ରଯୋଜକମାନେ ଏସଏସ ରାଜାମୌଲିଙ୍କୁ ଠିକ୍ କଥା କହି ନଥିଲେ। ବରଂ, ସେମାନେ ଭୁଲ କଥା କହିବାକୁ ଶ୍ରୀଦେବୀ ଏଥିରେ କାମ କରିପାରିନଥିଲେ ।









