ଶୁଟିଂ ସେଟରେ ଭାଇଜାନ ଆହତ

ସୁପରଷ୍ଟାର ସଲମାନ ଖାନ୍‌ ‘ବ୍ୟାଟଲ୍‌ ଅଫ୍‌ ଗଲଓ୍ବାନ’ ଫିଲ୍ମର ଶୁଟିଂରେ ବ୍ୟସ୍ତ। ସେ ଫିଲ୍ମ ପାଇଁ ଲଦାଖରେ ଶୁଟିଂ କରୁଥିଲେ। ଏହି ସମୟରେ ଭାଇଜାନ ଆହତ ହୋଇଥିଲେ। ତଥାପି ସେ ତାଙ୍କ ସିଡ୍ୟୁଲ ଶେଷ କରି ମୁମ୍ବାଇ ଫେରି ଆସିଛନ୍ତି।

ପିଙ୍କଭିଲା ପ୍ରଡକ୍ସନ ହାଉସ୍‌ର ଏକ ନିକଟତମ ସୂତ୍ରରୁ ଜଣାପଡ଼ିଛି ଯେ, ଲଦାଖ ସିଡ୍ୟୁଲ ଟୋଟାଲ ଟିମ୍‌ର ଧୈର୍ଯ୍ୟ ପରୀକ୍ଷା କରିଥିଲା। ସଲମାନ ଏବଂ ଟିମ୍‌ ଲଦାଖରେ -୧୦ ଡିଗ୍ରୀ ତାପମାତ୍ରାରେ ଶୁଟିଂ କରିଥିଲେ। ଶାରୀରିକ ଆଘାତ ଏବଂ କମ୍‌ ଅକ୍ସିଜେନ ସ୍ତର ସତ୍ତ୍ୱେ ସଲମାନ ଏହି ପରିସ୍ଥିତିର ସମ୍ମୁଖୀନ ହୋଇଥିଲେ।

ଲଦାରଖରୁ ଫେରିବା ପରେ ସଲମାନ ଏବେ ଫିଲ୍ମର ମୁମ୍ବାଇ ସିଡ୍ୟୁଲ ପାଇଁ ପ୍ରସ୍ତୁତି କରୁଛନ୍ତି। ମୁମ୍ବାଇ ସିଡ୍ୟୁଲ ଆସନ୍ତା ସପ୍ତାହରୁ ଆରମ୍ଭ ହେବ। ଏଥିରେ ହାଇ ଆକ୍ସନ ଏବଂ ଇମୋଶନାଲ ସିନ୍‌ ରହିଛି।ସଲମାନ ଲଦାଖରେ ୧୫ ଦିନ ପାଇଁ ଶୁଟିଂ କରିଥିଲେ।

ଏହି ଟିମ୍‌ ୪୫ ଦିନର ଆକ୍ସନ ଏବଂ ଡ୍ରାମାଟିକ୍‌ ସିନ୍‌ ଶେଷ କରିଛି। ସଲମାନ ଏହି ୧୫ ଦିନ ଭିତରେ ଶୁଟିଂ ସମୟରେ ହୋଇଥିବା ଆଘାତ ଯୋଗୁ ବିଶ୍ରାମ ନେବାକୁ ଚାହିଁଛନ୍ତି। ସେ ଏକ ଛୋଟ ବ୍ରେକ୍‌ ବା ବିରତି ପରେ ପୁଣି ମୁମ୍ବାଇ ସିଡ୍ୟୁଲ ଫିଲ୍ମ ପ୍ରତି ଧ୍ୟାନ ଦେବେ। ଏହି ଫିଲ୍ମଟି ଅପୂର୍ବ ଲାଖିଆଙ୍କ ଦ୍ୱାରା ନିର୍ଦ୍ଦେଶିତ।

ସଲମାନଜୁଲାଇରେ ‘ବ୍ୟାଟଲ୍‌ ଅଫ୍‌ ଗଲ୍‌ଓ୍ବାନ’ ଫିଲ୍ମ ନେଇ ଘୋଷଣା କରିଥିଲେ। ସେ ଏକ ମୋସନ ପୋଷ୍ଟର ଶେୟାର ବି କରିଥିଲେ। ଯଦିଓ ଫିଲ୍ମର ରିଲିଜ୍‌ ତାରିଖ ଘୋଷଣା କରାଯାଇନାହିଁ।

ଏହା ବ୍ୟତୀତ ସଲମାନ ବିଗ ବସ୍‌-୧୯ରେ ମଧ୍ୟ ନଜର ଆସୁଛନ୍ତି। ସେ ବିଗ ବସ୍‌-୧୯ର ହୋଷ୍ଟ ଅଟନ୍ତି। ଗତ ସପ୍ତାହରେ ସେ ଲଦାଖରେ ଶୁଟିଂ କରୁଥିବାରୁ ତାଙ୍କୁ ଦେଖିବାକୁ ମିଳି ନ ଥିଲା।

Leave a Reply

Your email address will not be published. Required fields are marked *