ଖାଇକୁ ଖସିଲା ଯାତ୍ରିବାହୀ ବସ୍, ୯ ମୃତ

ଭୟଙ୍କର ସଡ଼କ ଦୁର୍ଘଟଣା। ଖାଇକୁ ଖସିଲା ଯାତ୍ରିବାହୀ ବସ୍। ଏଥିରେ ୯ ଜଣକ ମୃତ୍ୟୁ ହୋଇଥିବା ବେଳେ ଅନେକ ଯାତ୍ରୀ ଆହତ ହୋଇଛନ୍ତି। ଶୁକ୍ରବାର, ହିମାଚଳ ପ୍ରଦେଶର ସିରମୌର ଜିଲ୍ଲାରେ ଘଟିଛି ଏହି ଭୟଙ୍କର ସଡ଼କ ଦୁର୍ଘଟଣା।

ସୂଚନା ଅନୁସାରେ, ଶ୍ରୀ ରେଣୁକାଜୀ ବିଧାନସଭା କ୍ଷେତ୍ରର ହରିପୁରଧାରରେ ଏକ ଘରୋଇ ବସ୍ ନିୟନ୍ତ୍ରଣ ହରାଇ ହୋଇ ୪୦୦ ମିଟର ଖାଇକୁ ଖସିପଡ଼ିଛି। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୯ ଜଣକ ମୃତ୍ୟୁ ହୋଇଥିବା ବେଳେ, ପ୍ରାୟ ୧ ଡର୍ଜନ ଲୋକ ଆହତ ହୋଇଛନ୍ତି। ସେହିଭଳି ମୃତକଙ୍କ ସଂଖ୍ୟା ବଢ଼ିବା ନେଇ ଆଶଙ୍କା କରାଯାଉଛି। ଏପର୍ଯ୍ୟନ୍ତ ପ୍ରାୟ ୩୦ ଜଣକୁ ଉଦ୍ଧାର କରାଯାଇଛି। ସ୍ଥାନୀୟ ଲୋକେ ଉଦ୍ଧାର କାର୍ଯ୍ୟରେ ସହଯୋଗ କରୁଛନ୍ତି। ପୋଲିସ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି।

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି, ଜିତ କୋଚ ବସ୍ ସିମଲା ଜିଲ୍ଲାର କୁପବୀରୁ ସୋଲନ ଯାଉଥିଲା। କୁହୁଡ଼ି ଏବଂ ଥଣ୍ଡା କାରଣରୁ ରାସ୍ତା ଖସଡ଼ା ହୋଇଥିଲା। ଏହା​‌ ଯୋଗୁ ବସ୍ ନିୟନ୍ତ୍ରଣ ହରାଇ ଦୁର୍ଘଟଣାର ଶିକାର ହୋଇଥିଲା। ସଂଗଡାହ ରାଜଗଡ଼ ନୋହରାଧାରରୁ ପୋଲିସ ଯବାନ ଘଟଣା ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଜିଲ୍ଲା ସିରମୋରର ପୋଲିସ ଅଧୀକ୍ଷକ ନିଶ୍ଚିତ ସିଂହ ନେଗୀ ମଧ୍ୟ ଦୁର୍ଘଟଣା ସ୍ଥଳରେ ପହଞ୍ଚିଛନ୍ତି।

Leave a Reply

Your email address will not be published. Required fields are marked *