ମୁଁ ପାର୍ଟିର ଜଣେ କାର୍ଯ୍ୟକର୍ତ୍ତା ଏବଂ ଅଧ୍ୟକ୍ଷ ନିତିନ ନବୀନ ଏବେ ତାଙ୍କ ବସ୍ ଅଟନ୍ତି – ପ୍ରଧାମନ୍ତ୍ରୀ ମୋଦୀ

ବିଜେପି ମଙ୍ଗଳବାର ନିଜ ସଂଗଠନ ମହାପର୍ବ ଅବସରରେ ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ ପାଇଁ ଔପଚାରିକ ଭାବେ ନିତିନ ନବୀନଙ୍କ ନାଁ ଘୋଷଣା କରିଛି । ବିଜେପି କାର୍ଯ୍ୟାଳୟରେ ହୋଇଥିବା ସମାରୋହରେ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ଅଧ୍ୟକ୍ଷଙ୍କୁ ପୁଷ୍ପମାଳ ପିନ୍ଧାଇଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ନିଜ ସମ୍ୱୋଧନରେ କହିଥିଲେ, ସେ ପାର୍ଟିର ଜଣେ କାର୍ଯ୍ୟକର୍ତ୍ତା ଏବଂ ଅଧ୍ୟକ୍ଷ ନିତିନ ନବୀନ ଏବେ ତାଙ୍କ ବସ୍ ଅଟନ୍ତି ।

ବିଜେପି ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାର୍ଯ୍ୟକର୍ତ୍ତାଙ୍କୁ ସମ୍ୱୋଧନ କରି କହିଛନ୍ତି, ବିଜେପି ଏପରି ଏକ ଦଳ, ଯେଉଁଠି ଲୋକଙ୍କୁ ଲାଗେ ଯେ ନରେନ୍ଦ୍ର ମୋଦୀ ଦେଶର ପ୍ରଧାନମନ୍ତ୍ରୀ । ତୃତୀୟ ଥର ପ୍ରଧାନମନ୍ତ୍ରୀ ହୋଇଛନ୍ତି । ୫୦ ବର୍ଷରୁ କମ ବୟସରେ ମୁଖ୍ୟମନ୍ତ୍ରୀ ହୋଇଥିଲେ । ୨୫ ବର୍ଷ ଧରି ଲଗାତାର ହେଡ୍ ଅଫ୍ ଦ ଗଭର୍ଣ୍ଣମେଣ୍ଟରେ ଅଛନ୍ତି, କିନ୍ତୁ ପ୍ରକୃତରେ ଏହି ସବୁ ଭିନ୍ନ କଥା।

ପିଏମ୍ ମୋଦୀ ନିଜ ପଦକୁ ନେଇ କହିଛନ୍ତି, ‘ଏହି ସବୁ ନିଜ ସ୍ଥାନରେ, କିନ୍ତୁ ମୋ ପାଇଁ ସବୁଠୁ ବଡ଼ କଥା ହେଉଛି ମୁଁ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତା । ଏହା ସବୁଠୁ ବଡ଼ ଗର୍ବ ଆଉ ଯେତେବେଳେ ପାର୍ଟିର ବିଷୟ ଆସେ, ସେତେବେଳେ ମାନନୀୟ ନିତିନ ନବୀନ ଜୀ ମୁଁ ଜଣେ କାର୍ଯ୍ୟକର୍ତ୍ତା । ସେ ମୋର ବସ୍ ଅଟନ୍ତି ।’​​​​​​​

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ନିତିନ ନବୀନ ବିଜେପିର ଐତିହ୍ୟକୁ ଆଗକୁ ବଢାଇବେ । ଆଜିର ଯୁବପିଢିଙ୍କ ଭାଷାରେ କହିବାକୁ ଗଲେ ନିତିନ ଜୀ ନିଜେ ଜଣେ ମିଲେନିୟଲ ଅଟନ୍ତି । ଆଗାମୀ ୨୫ ବର୍ଷ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହା ସେହି ସମୟ ଯେତେବେଳେ ବିକଶିତ ଭାରତର ନିର୍ମାଣ ହେବ ଓ ଏହା ହେବା ନିଶ୍ଚିତ ଅଟେ । ଏହି ଗୁରୁତ୍ୱପୂର୍ଣ୍ଣ କାଳଖଣ୍ଡର ଆରମ୍ଭରେ, ଆମର ନିତିନ ନବୀନ ଜୀ ବିଜେପିର ଐତିହ୍ୟକୁ ଆଗକୁ ବଢାଇବ ।

ପିଏମ୍ ମୋଦୀ କହିଛନ୍ତି, ସେ (ନିତିନ ନବୀନ) ସେହି ପିଢିରୁ ଆସନ୍ତି, ଯିଏ ଭାରତରେ ବଡ଼ ଆର୍ଥିକ, ସାମାଜିକ ଓ ବୈଷୟିକ ପରିବର୍ତ୍ତନ ଦେଖିଛନ୍ତି । ସେହି ପିଢିରୁ ଆସନ୍ତି, ଯିଏ ନିଜ ପିଲାବେଳେ ରେଡିଓକୁ ସୂଚନା ପାଉଥିଲେ ଓ ଏବେ ଏଆଇର ସକ୍ରିୟ ଉପଭୋକ୍ତା । ନିତିନ ଜୀଙ୍କ ମଧ୍ୟରେ ଯୁବ ଉର୍ଜା ଓ ସଂଗଠନାତ୍ମାକ କାର୍ଯ୍ୟର ବ୍ୟାପକ ଅନୁଭବ ରହିଛି । ଏହା ଆମ ପାର୍ଟିର ପ୍ରତ୍ୟକ କାର୍ଯ୍ୟକର୍ତ୍ତାଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ ।

Leave a Reply

Your email address will not be published. Required fields are marked *