ନୂଆ ଜିଏସଟି ଦ୍ବାରା ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ

ସେପ୍ଟେମ୍ବର ୨୨ ତାରିଖରୁ ଲାଗୁ ହେବାକୁ ଯାଉଛି ନୂତନ ଜିଏସଟି ସ୍ଲାବ୍। ନୂତନ ଜିଏସଟିରେ ରିହାତି ପରେ  ଦେଶର ଲୋକେ ବେଶ୍ ଖୁସି ଅଛନ୍ତି। ସବୁ ବର୍ଗର ଲୋକଙ୍କୁ ଏହା ଆସ୍ବସ୍ତି ଦେବ ବୋଲି ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଅରୁଣ ସିଂ କହିଛନ୍ତି।

ବିଶେଷ କରି ଘରୋଇ ସଉଦା କ୍ଷେତ୍ରରେ ମାତ୍ର ୫ ପ୍ରତିଶତ ଜିଏସଟି ଦେୟ ଦେବାକୁ ପଡ଼ିଵ। ଟିଭି କିଣାରେ ପୂର୍ବରୁ ୨୪ ପ୍ରତିଶତ ଥିବାବେଳେ ଏବେ ଏହା ୧୮ ପ୍ରତିଶତ ହୋଇଛି। ସେହିପରି ସିଲେଇ ମେସିନରେ ୧୨ ପ୍ରତିଶତ ସ୍ଥାନରେ ୫ ପ୍ରତିଶତ। କୃଷି ଉପକରଣ ଯଥା ଟ୍ରାକ୍ଟର କିଣାରେ ମାତ୍ର ୫ ପ୍ରତିଶତ ଜିଏସଟି ଦେବାକୁ ପଡିବ। ସ୍ବାସ୍ଥ୍ୟ ବୀମା କ୍ଷେତ୍ରରେ ଶୂନ ପ୍ରତିଶତ ଟିକସ। ପେନ, ପେନସିଲ ଆଦି ସାମଗ୍ରୀରେ ଟିକସ ଦେବାକୁ ପଡିବ ନାହିଁ।

ମୋଟ ୪୮ ହଜାର କୋଟି ଟଙ୍କାର ଟିକସ ଛାଡ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରିଛନ୍ତି । ସ୍ବଦେଶୀ ସାମଗ୍ରୀ ବ୍ୟବହାରକୁ ଗୁରୁତ୍ବ ଦିଆଯାଉଛି। ପ୍ରତିରକ୍ଷା କ୍ଷେତ୍ରରେ ଭାରତ ଆତ୍ମନିର୍ଭର ହୋଇଛି। ଏହା ସହିତ ବିଦେଶକୁ ରପ୍ତାନୀ ମଧ୍ୟ ବଢିଛି। ପେଟ୍ରୋଲ ଓ ଡିଜେଲରେ ଜିଏସଟି  ଅନ୍ତର୍ଭୁକ୍ତ ହେବ କି ପ୍ରଶ୍ନରେ ଏହା ଜିଏସଟି କାଉନସିଲ ନିଷ୍ପତ୍ତି ନେବ ବୋଲି ଅରୁଣ ସିଂ କହିଛନ୍ତି ।

Leave a Reply

Your email address will not be published. Required fields are marked *